ବରଗଡ଼ରୁ ଆରମ୍ଭ ହେଲା ଏବର୍ଷର ଖରିଫ୍‌ ଧାନକିଣା ପ୍ରକ୍ରିୟା

Advertisment

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜିଠୁ ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି। ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ବରଗଡ଼ ଗସ୍ତରେ...

ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜିଠୁ ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି। ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ବରଗଡ଼ ଗସ୍ତରେ...

sfsffssf

ବରଗଡ଼/ଅତାବିରା: ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜିଠୁ ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି। ନିଜେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ବରଗଡ଼ ଗସ୍ତରେ ଆସି ଧାନକିଣାର ଶୁଭାରମ୍ଭ କରିଛନ୍ତି। କଳାପାଣି, ଅତାବିରା ଓ ଗୋଡ଼ଭଗା ମଣ୍ଡି ଗସ୍ତ କରି ମନ୍ତ୍ରୀ ଧାନକିଣା ପ୍ରକ୍ରିୟାର ଉଦ୍‌ଘାଟନ କରିଛନ୍ତି।  

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଆଜି ଚାଷୀଙ୍କ ପାଇଁ ଆନନ୍ଦର ଦିନ। ଆମ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି। ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ। ବରଗଡ଼ ଜିଲ୍ଲା ଓଡ଼ିଶାର ଭାତହାଣ୍ଡି। ଏଣୁ ବରଗଡ଼ରୁ ଧାନକିଣା ଆରମ୍ଭ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ଧାନକିଣା ଆରମ୍ଭ ହେବ। ସେ ଆହୁରି କହିଥିଲେ, ମୋହନ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବା ସହ ମଣ୍ଡିକୁ ଦଲାଲରାଜ୍‌ରୁ ମୁକ୍ତ କରିଛନ୍ତି। ଏହାଦ୍ବାରା ଚାଷୀ ଭାଇମାନଙ୍କ ଆର୍ଥିକ ସ୍ଥିତିରେ ନିଶ୍ଚିତ ସୁଧାର ଆସିବ। ଧାନ ସଂଗ୍ରହରେ ଟୋକନ୍‌ ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ। କିନ୍ତୁ ଖୁବ ଶୀଘ୍ର ଜିଲ୍ଲାସ୍ତରରୁ ଟୋକନ୍‌ ଜାରି ହେବ। ତେବେ ଏହା ଚଳିତ ବର୍ଷରୁ ନୁହେଁ, ଆସନ୍ତା ବର୍ଷରୁ କରାଯିବ। ଧାନକିଣାରେ କଟ୍‌ନି ଛଟ୍‌ନି ବନ୍ଦ ନିମନ୍ତେ ସମସ୍ତେ ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସେ ଅନୁରୋଧ କରିଥିଲେ।

କଥା ରଖିଲେ ସରକାର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଆଜିଠୁ ଅନ୍ୟ ଜିଲ୍ଲାରେ ଧାନଖର୍ଦ୍ଦି
ଆସନ୍ତା ବର୍ଷରୁ ଜିଲ୍ଲାସ୍ତରରେ ଜାରି ହେବ ଟୋକନ୍‌

ମନ୍ତ୍ରୀ ଶ୍ରୀ ପାତ୍ର ପ୍ରଥମେ ବରଗଡ଼ ନିକଟସ୍ଥ କଳାପାଣି ମଣ୍ଡିକୁ ଯାଇଥିଲେ ଏବଂ ସେଠାରୁ ଅତାବିରା ଓ ଗୋଡ଼ଭଗା ମଣ୍ଡିକୁ ଯାଇ ପୂଜାର୍ଚ୍ଚନା କରିବା ସହ ଧାନକିଣାର ଶୁଭାରମ୍ଭ କରିଥିଲେ। ମଣ୍ଡି ପରିଦର୍ଶନ ସମୟରେ ସରକାର ଚାଷୀଙ୍କ ସୁବିଧାକୁ ଗୁରୁତ୍ବ ଦେଇ ମଣ୍ଡିରେ ଉପଲବ୍ଧ କରାଇଥିବା ସମସ୍ତ ବ୍ୟବସ୍ଥା ଯଥା ଡିଜିଟାଲ ଆର୍ଦ୍ରତା ମିଟର, ତାରପୋଲିନ, ୱେବ୍ରିଜ୍‌, ବିଶ୍ଳେଷଣ କିଟ୍‌, ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି, ମୂଲ୍ୟ ପ୍ରଦର୍ଶନ ବୋର୍ଡ, କଣ୍ଟ୍ରୋଲ ରୁମ୍‌ ଆଦି ବ୍ୟବସ୍ଥାର ତଦାରଖ କରିଥିଲେ। ଏଥିସହିତ ଧାନ ବିକ୍ରି କରୁଥିବା ଚାଷୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବରଗଡ଼ ସାଂସଦଙ୍କ ପ୍ରତିନିଧି ସୁରେଶ୍ୱର ଶତପଥୀଙ୍କ ସମେତ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ ଲୁହା, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଆର୍‌ଏମ୍‌ସି କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe