କାଳୀମନ୍ଦିର ହୁଣ୍ଡି ଲୁଟ ଘଟଣା: ୩ ଚୋରକୁ ଧରିଲା ପୁଲିସ, ୨୭୦୦ ଟଙ୍କା ଜବତ

Advertisment
କାଳୀମନ୍ଦିର ହୁଣ୍ଡି ଲୁଟ ଘଟଣା: ୩ ଚୋରକୁ ଧରିଲା ପୁଲିସ, ୨୭୦୦ ଟଙ୍କା ଜବତ

ରାୟଗଡ଼ା: ଗତ ୧୮ ତାରିଖ ରାତିରେ ରାୟଗଡ଼ାସ୍ଥିତ କାଳୀମନ୍ଦିର ହୁଣ୍ଡିରୁ ଚୋରମାନେ ଲକ୍ଷାଧିକ ଟଂକା ଏବଂ ସୁନା, ରୂପା ଚୋରି କରି ନେଇଥିବା ମନ୍ଦିର କମିଟି ଜାଣିବା ପରେ ଗତ ୨୧ ତାରିଖରେ ରାୟଗଡ଼ା ଥାନାରେ ମନ୍ଦିର ସଂପାଦକ ଦିଲୀପ କୁମାର ପଟ୍ଟନାୟକ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଖୋଳତାଡ ଆରମ୍ଭ କରିଥିଲା। ପୁଲିସ ବିଭିନ୍ନ ଉପାୟରେ ହୁଣ୍ଡି ଚୋରିରେ ସାମିଲ ଥିବା ୩ ଜଣ ଚୋରକୁ ବିଭିନ୍ନ ସ୍ଥାନରୁ କାବୁ କରିଥିଲା। ସେମାନେ ହେଲେ ଜେକେପୁର ରାଲି ସାହିର ବଟିକା ଶ୍ରୀନୁ(୨୫), ଗଂଜାମ ଅଂଚଳର ଆନନ୍ଦ କୁମାର ମୁଦୁଲି(୩୨) ଏବଂ ବିଜୟନଗରମର ପେଣ୍ଟା କ୍ରୀଷ୍ଣା(୫୦)। ଏମାନଙ୍କ ଠାରୁ ପୁଲିସ ୨୭୦୦ ଟଂକା ଜବତ କରିଥିବା ବେଳେ ମାରଣାସ୍ତ୍ର ମଧ୍ୟ ଜବତ କରିଛି।ପ୍ରକାଶ ଥାଉକି ମନ୍ଦିରର ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ବ ଟଂକା ସହ ସୁନା ଓ ରୂପା ମଧ୍ୟ ରହିଥିଲା।

ତେବେ ଏହି ଚୋରମାନେ ଟଂକା ସବୁ ଖର୍ଚ୍ଚ କରିଦେଇଥିବା ଜଣାପଡିଛି। କେବଳ ଚିଲର ଟଂକା ହିଁ ପୁଲିସ ଉଦ୍ଧାର କରିପାରିଛି। ଏହି ଘଟଣାରେ ଆହୁରି ଅନେକ ଚୋର ସାମିଲ ଥିବା ପୁଲିସ ସଂଦେହ କରି ତଦନ୍ତ କରୁଥିବା କହିଛି। ଜିଲ୍ଲାରେ ପ୍ରତିଦିନ ଚୋରି ବଢୁଥିବାରୁ ପୁଲିସର ମୁଣ୍ଡ ବ୍ୟଥା ସାଜିଛି। ଗତକାଲି ଡିଆଇଜି ଚରଣସିଂ ମୀନା ରାୟଗଡା ଗସ୍ତ ବେଳେ ସହରରେ ଚୋରିକୁ ନେଇ ପ୍ରଶ୍ନ କରାଯାଇଥିଲା, ଯାହାକୁ ପୁଲିସ ତରଫରୁ ଏଡାଇ ଦିଆଯାଇଥିଲା। କିନ୍ତୁ ଦିନକ ପରେ ପୁଲିସ ତିନି ଜଣ ଚୋରକୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲା। ଆଗାମୀ ଦିନରେ ମଧ୍ୟ ସହରରେ ହୋଇଥିବା ବିଭିନ୍ନ ସ୍ଥାନରେ ଚୋରି ଘଟଣାର ପର୍ଦ୍ଦାଫାସ କରିବ ବୋଲି ଆଶା ପ୍ରକଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe