ଧାଡ଼ିରେ ରହି ଆଡ଼ପମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ, ଆସନ୍ତାକାଲି ‘ବନକଲାଗି’ ନୀତି ଲାଗି ୩ ଘଣ୍ଟା ଦର୍ଶନ ବନ୍ଦ

ଧାଡ଼ିରେ ରହି ଆଡ଼ପମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ, ଆସନ୍ତାକାଲି ‘ବନକଲାଗି’ ନୀତି ଲାଗି ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକମାନେ ପ୍ରବେଶ କରିପାରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଶରଧାବାଲିରେ ଲାଇନ୍‌ରେ ଛିଡ଼ା ହୋଇଛନ୍ତି। ପବିତ୍ର ଶରଧାବାଲିରେ ରବିବାର ଲୋକାରଣ୍ୟ ଦେଖିବାକୁ ମିଳିଥିଲା। ସରକାରୀ ଓ ଅନେକ ଘରୋଇ କାର୍ଯ୍ୟାଳୟ ବନ୍ଦ ଥିବାରୁ ଭକ୍ତଙ୍କ ଗହଳି ଅନେକ ଗୁଣରେ ବଢ଼ିଯାଇଥିଲା। ସେପଟେ ଆଡ଼ପ ଅବଢ଼ା ବାହାରିବା ପରେ ହର୍ଷୋଲ୍ଲାସ ସହିତ ଭକ୍ତମାନେ ଏହାକୁ ନେଉଥିଲେ। ମହାପ୍ରଭୁଙ୍କ ଏହି ମହାପ୍ରସାଦ ବର୍ଷକ ମଧ୍ୟରେ କେବଳ ନିର୍ଦ୍ଧାରିତ ସମୟରେ ମିଳୁଥିବାରୁ ଭକ୍ତମାନେ ଏହି ସୁଯୋଗକୁ ହାତଛଡ଼ା କରୁ ନଥିଲେ। ୨୦୨୦ ଓ ୨୦୨୧ ମସିହାରେ ରଥଯାତ୍ରା କଟକଣାର ସହିତ ସଂପନ୍ନ ହୋଇଥିବାରୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନେଇ ବାରଣ କରାଯାଇଥିଲା। ଏବେ କ‌ରୋନା ଏକ ପ୍ରକାର ନିୟନ୍ତ୍ରିତ ଥିବାରୁ ସରକାର ଓ ପ୍ରଶାସନ ରଥଯାତ୍ରା ସମତେ ଆଡପମଣ୍ଡପ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି।

publive-image

ଆସନ୍ତାକାଲି (ଜୁଲାଇ ୪, ୨୦୨) ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ 'ବନକଲାଗି' ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ନୀତି ପାଇଁ ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବ ସାଧାରଣ ଦର୍ଶନ ପ୍ରାୟ ୩ ଘଣ୍ଟା ପାଇଁ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe