ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେସନରେ ଫସିଛନ୍ତି ସହସ୍ରାଧିକ ଯାତ୍ରୀ

Advertisment

ପାଣିକୋଇଲିରେ ଭିଡ଼, ବସ୍‌ ଅପେକ୍ଷାରେ ଶତାଧିକ ଯାତ୍ରୀ, ଜାତୀୟ ରାଜପଥ ଜାମ୍‌

ପାଣିକୋଇଲିରେ ଭିଡ଼, ବସ୍‌ ଅପେକ୍ଷାରେ ଶତାଧିକ ଯାତ୍ରୀ, ଜାତୀୟ ରାଜପଥ ଜାମ୍‌

ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେସନରେ ଫସିଛନ୍ତି ସହସ୍ରାଧିକ ଯାତ୍ରୀ

ବ୍ୟାସନଗର : ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ରୁଟ୍‌ ଦେଇ ଯିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଇପାରି ନାହାନ୍ତି। ଯାଜପୁର-କେନ୍ଦୁଝରରୋଡରେ ତିନିଟି ଟ୍ରେନ୍‌ ଅଟକିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଭୁବନେଶ୍ବର-ଭଦ୍ରକ, ନୟାଗଡ଼-ଭଦ୍ରକ ଟାଉନ ଓ ବାଙ୍ଗିରିପୋଷି-ପୁରୀ ଆଦି ଟ୍ରେନ୍‌ ଆଜି ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକ ରହିଥିଲା। ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ହଇରାଣ ହୋଇଥିଲେ। ଶେଷରେ ଯାତ୍ରୀମାନେ ଷ୍ଟେସନରୁ ଅଟୋ ଓ ଟ୍ୟାକ୍ସି ଯୋଗେ ପାଣିକୋଇଲି ଯାଇ ସେଠାରୁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ସୂଚନା ମିଳିଛି।

publive-image

ପାଣିକୋଇଲିରେ ଭିଡ଼, ବସ୍‌ ଅପେକ୍ଷାରେ ଶତାଧିକ ଯାତ୍ରୀ
କୋରେଇ : ବାଲେଶ୍ଵର ଜିଲ୍ଲା ବାହାନଗା ନିକଟରେ ଦୁଇଟି ଏକ୍ସପ୍ରେସ ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥିବା ବେଳେ ଏହାର ପ୍ରଭାବ ପାଣିକୋଇଲି ଛକରେ ଦେଖିବାକୁ ମିଳିଛି। ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବାରୁ ପାଣିକୋଇଲି ଛକରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅନେକ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି।

publive-image

ସେହି ଭିଡ଼ ଯୋଗୁଁ ଆମ୍ବୁଲାନ୍ସ ସହ ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ  ହୋଇଛି। ବରିଷ୍ଠ ନେତା ସନ୍ତୋଷ କୁମାର ବେହେରା, ଧରଣୀ ଘଡ଼ାଇ, ସୁବାସ ଧଳ ଯାତ୍ରୀମାନଙ୍କୁ ପାନୀୟ ଜଳ ଓ ଖାଦ୍ୟଦ୍ରବ୍ୟ ଦେଇ ଗନ୍ତବ୍ୟ ସ୍ଥଳକୁ ଯିବାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe