ଭିତରକନିକାରେ ବାର୍ଡ ଫ୍ଲୁ ଆଶଙ୍କା, ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

Advertisment
ଭିତରକନିକାରେ ବାର୍ଡ ଫ୍ଲୁ ଆଶଙ୍କା, ନମୁନା ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ରାଜନଗର : ଭିତରକନିକାରେ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ପହଞ୍ଚିଛନ୍ତି । ତେବେ, ଗତ କିଛିବର୍ଷ ହେଲା ବାର୍ଡ ଫ୍ଲୁକୁ ନେଇ ଏହି ଶୀତଋତୁରେ ଚିଲିକା ଓ ଭିତରକନିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଏବଂ ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଦେଶୀୟ ପକ୍ଷୀମାନଙ୍କ ମଧ୍ୟରେ ମିଳାମିଶା ଯୋଗୁଁ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଇଛି।

publive-image

ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଣୀ ଦୀପ୍ତି ମହାପାତ୍ରଙ୍କ ନେତୃତ୍ବରେ ରାଜନଗର ପ୍ରାଣୀ ଚିକିତ୍ସାଧିକାରୀ ଡା. କିଶୋର କୁମାର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରକାଶ କୁମାର ଜେନା, ପିନାକ ବରନ ରାଉତ ପ୍ରମୁଖ ଭିତରକନିକା ସୀମାରେ ଥିବା ସ୍ଥାନଗୁଡିକରୁ ମାଟି, ପକ୍ଷୀମାନଙ୍କର ମଳ, ଲାଳ ପ୍ରଭୃତି ୩୦ଟି ନମୁନା ସଂଗ୍ରହ କରିଛନ୍ତି। ସେସବୁକୁ ନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe