ସାକ୍ଷୀଙ୍କୁ ଧମକାଇବା ମହଙ୍ଗା ପଡ଼ିଲା: ୬ ଜଣଙ୍କୁ କାରାଦଣ୍ଡାଦେଶ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଜୁନାଗଡ଼: କଳାହାଣ୍ଡି ଜୁନାଗଡ଼ ଥାନା ସନ୍ୟାସିକୁଣ୍ଡାମାଲର ସୁବନ୍ତି ନାଏକ ତାଙ୍କ ସ୍ବାମୀଙ୍କ ହତ୍ୟା ମାମଲାରେ ଧର୍ମଗଡ଼ କୋର୍ଟରୁ ସାକ୍ଷ୍ୟ ଦେଇ ଫେରୁଥିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ କିଛି ଦୁର୍ବୃତ୍ତ ଧମକାଇ ସାକ୍ଷ୍ୟ ନଦେବାକୁ ଧମକ ଦେଇଥିଲେ। ଏଥିସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବାରୁ ସେ ଜୁନାଗଡ଼ ଥାନାରେ ଅଭିଯୋଗ କରିଥିଲେ।

ଏନେଇ ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜୁନାଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ପି. ସୀତାଲକ୍ଷ୍ମୀ ଏହି ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ଟିକଚନ ମାଝୀ, ରଜନିକାନ୍ତ ମାଝୀ, ‌ହରିଶଙ୍କର ମାଝୀ, ବିଟୁ ନାଏକ, ଉଆଁଶୁ ନାଏକ ଓ ସକ୍ରା ନାଏକକୁ ୬ ମାସ ୧୫ ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଉମାକାନ୍ତ ମାଝୀ ଏବଂ ବିଶ୍ୱାମିତ୍ର ନାଏକଙ୍କୁ ବୟସାଧିକ କାରଣରୁ ଆଇନ ଅନୁସାରେ ଛାଡ଼ି ଦେବାକୁ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଅଶୋକ ନାୟକ ଓ ଦିଗାମ୍ବର ନାଏକ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe