ଗ୍ରାମବାସୀଙ୍କୁ ତହସିଲଦାରଙ୍କ ଧମକ ଅଭିଯୋଗ

ଗ୍ରାମବାସୀଙ୍କୁ ତହସିଲଦାରଙ୍କ ଧମକ ଅଭିଯୋଗ

Theodishastar

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଅଞ୍ଚଳର ମଧୁପୁର ଗ୍ରାମବାସୀଙ୍କୁ ତହସିଲଦାର ଦୁର୍ବବ୍ୟବହାର କରିଥିବା ଉପଜିଲ୍ଲାପାଳ ଓ ଥାନା ଅଧିକାରୀଙ୍କଠାରେ ଅଭି‌ଯୋଗ ହୋଇଛି।

ସୂଚନା ଅନୁସାରେ ଗାଁ ନିକଟ ଯୋର ଖଣ୍ଡିରେ ଗାଁର କିଛି ଲୋକ ୧୫ ବର୍ଷ ହେଲା ବୃକ୍ଷରୋପଣ କରି ଆସୁଛନ୍ତି। ଗଛମାନଙ୍କର ସୁରକ୍ଷା ଦୃଷ୍ଟିରୁ ବାଡ଼ ଦିଆଯାଇଛି। କିନ୍ତୁ ଏହି ଯୋର ଖଣ୍ଡିରେ ଆଉ କିଛି ଲୋକଙ୍କ ଏଲ୍‌ଆଇ ପଏଣ୍ଟ ରହିଛି। ବାଡ଼ ଦିଆଯାଇ ଥିବାରୁ ଏଲ୍‌ଆଇ ପଏଣ୍ଟକୁ ରାସ୍ତା ନଥିବା ଅଭିଯୋଗ କରି ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ଗୋଟିଏ ଗୋଷ୍ଠୀର ଅଭିଯୋଗ କ୍ରମ‌େ କୌଣସି ପୂର୍ବ ନୋଟିସ ନ ଦେ‌ଇ ମଙ୍ଗଳବାର ତହସିଲଦାର ଦେବାଶିଷ ପାତ୍ର ପୁଲିସ ଫୋର୍ସ ନେଇ ଗାଁରେ ପହଞ୍ଚି ଥିଲେ। ବିନା ଅନୁମତିରେ ସରକାରୀ ଜମିରେ କାହିଁକି ବୃକ୍ଷରୋପଣ କରିଛନ୍ତି ବୋଲି ବିପକ୍ଷ ଗୋଷ୍ଠୀଙ୍କୁ ଗାଳିଗୁଲଜ କରିଥିଲେ। ବୁଧବାର ସୁଦ୍ଧା ବାଡ଼ ନ ହଟାଇଲେ ପୁଲିସ ଲଗାଇ ଉଠାଇ ନେବି ବୋଲି କୁଆଡ଼େ ଧମକ ବି ଦେଇଥିଲେ। ଏପରିକି କିଛି ଲୋକଙ୍କୁ ଜୋରଜବରଦସ୍ତି ନେଇ ପୁଲିସ ଆଗରେ ବସାଇ ଦେଇଥିଲେ।

ଏହାର ପ୍ରତିବାଦରେ ଗ୍ରାମର ପାଣ୍ତବ ପ୍ରଧାନ, ଆଲୋକ ପ୍ରଧାନ, ଭୁବନ  ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରମେଶ ପ୍ରଧାନ, ଲକ୍ଷ୍ମୀକାନ୍ତ ପ୍ରଧାନ, ରେବତୀ ପ୍ରଧାନ, ଲିଲି ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳ ଓ ଥାନାଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଘଟଣାର ଅନୁସନ୍ଧାନ କରି ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଘଟଣାକୁ ନେଇ ତହସିଲଦାର ଶ୍ରୀ ପାତ୍ରଙ୍କୁ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ବି ସମ୍ଭବ ହୋଇପାରି ନାହିଁ। ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ, ଏଭଳି କିଛି ଘଟିନାହିଁ। ଗ୍ରାମବାସୀମାନେ ତହସିଲଦାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ। ହେଲେ ବୁଧବାର ଘଟଣାର ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe