ଗାଁ ଦାଣ୍ଡରେ ଆତଙ୍କ ଖେଳାଇଲା ଯୁବକ: ଦୁଇ ଭଉଣୀଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ୍‌

ଗାଁ ଦାଣ୍ଡରେ ଆତଙ୍କ ଖେଳାଇଲା ଯୁବକ: ଦୁଇ ଭଉଣୀଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ୍‌

କପ୍ତିପଦା/ଶାଳଚୁଆ : ସାମାନ୍ୟ କଥାକୁ ନେଇ ଗାଁ ଦାଣ୍ଡରେ ଦୁଇ ଭଉଣୀଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ୍‌ ଦେଲା ଉନ୍ମତ୍ତ ଯୁବକ। ଏମିତିକି ବନ୍ଧୁକରୁ ସତସତିକା ଗୁଳି ଫୁଟାଇ ଆତଙ୍କ ଖେଳାଇଦେଲା। ସର୍ବସାଧାରଣ ସ୍ଥାନରେ ବନ୍ଧୁକ ଦେଖାଇ ଧମକାଇବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୁଲିସ କୋଳିଅଳମ୍‌ ପଞ୍ଚାୟତ ନଛିପୁର ଗାଁର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲା ଚନ୍ଦ୍ରମଣି ସେନାପତି (୨୭)।

ଗୁରୁବାର ପୂର୍ବାହ୍ନରେ ନଛିପୁର ଗ୍ରାମର ପୂଜା ସିଂ ନିଜ ସାନଭଉଣୀଙ୍କ ସହ ଘର ପାଖ ଏକ ଗଛକୁ କୋଳି ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଚନ୍ଦ୍ରମଣି (୨୭) ସେଠାରେ ନିଶାସକ୍ତ ଅବସ୍ଥା‌ରେ ପହଞ୍ଚି ଦୁଇଭଉଣୀଙ୍କୁ ଦୁର୍ବ୍ୟବହାର କରିଥିଲା। ପାଟିତୁଣ୍ଡ ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରମଣିଙ୍କୁ ତାଗିଦ୍‌ କରିଥିଲେ। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରମଣି ଘରୁ ଏକ ଦେଶୀ ବନ୍ଧୁକ ଆଣି ଦୁଇଭଉଣୀଙ୍କୁ ହତ୍ୟା କରିବାକୁ ଧମକ୍ ଦେବା ସହ ଫାଙ୍କା ଗୁଳି ଚଳାଇଥିଲା। ଚନ୍ଦ୍ରମଣିର ଡରାଣରେ ସେଠାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ଡରିନଥିଲେ ପୂଜା। ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ ଜଣାଇବା ସହ କପ୍ତିପଦା ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୧୬୭/୨୨ରେ ଏକ ମାମଲା ରୁଜୁକରି ଚନ୍ଦ୍ରମଣିକୁ ଗିରଫ କରିବା ସହ ତା’ଠାରୁ ବନ୍ଧୁକ ଜବତ୍ କରିଛି। ତେବେ ଚନ୍ଦ୍ରମଣି ପାଖକୁ ବନ୍ଧୁକ କେଉଁଠାରୁ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe