ଆତଙ୍କୀ ହମ୍‌ଲା ପାଇଁ ଧମକ ଘଟଣା: ଆତଙ୍କୀ ହମ୍‌ଲା ପାଇଁ ଧମକ ଘଟଣା

ଆତଙ୍କୀ ହମ୍‌ଲା ପାଇଁ ଧମକ ଘଟଣା: ଆତଙ୍କୀ ହମ୍‌ଲା ପାଇଁ ଧମକ ଘଟଣା

ଝାରସୁଗୁଡ଼ା: ସାରାଦେଶରେ ସିରିଜ୍‌ ବିସ୍ଫୋରଣ କରିବାନେଇ ବିଭିନ୍ନ ସୁରକ୍ଷା ଏଜେନ୍ସିଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌ ଦେବା ପ୍ରସଙ୍ଗରେ ଗିରଫ ହୋଇଥିବା ବ୍ରଜରାଜନଗର ଥାନା ଲମ୍‌ଟିବାହାଲର ଜାଭେଦ ଅନ୍‌ସାରୀ ଏବେ ବିଭିନ୍ନ ସୁରକ୍ଷା ସଂସ୍ଥାର ତଦନ୍ତ ପରିସରଭୁକ୍ତ ହୋଇଛି। ଗୁଜରାଟ ଏସ୍‌ଟିଏଫ୍‌ ଏବେ ଜାଭେଦକୁ ୧୦ଦିନିଆ ରି‌ମାଣ୍ଡରେ ନେଇଛି।

ଅଭିଯୁକ୍ତ ଜାଭେଦ ବିରୋଧରେ ଅହମ୍ମଦାବାଦରେ ମାମଲା ୪୩/୨୪ ରୁଜୁ ହୋଇଛି। ଉକ୍ତ ମାମଲାର ତଦନ୍ତ ପାଇଁ ଅହମ୍ମଦାବାଦ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁଜରାଟ ଏସ୍‌ଟିଏଫ୍‌ର ୪ ଜଣିଆ ଟିମ୍‌ ମଙ୍ଗଳବାର ଦିନ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଜାଭେଦକୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଗୁଜରାଟ ଏସ୍‌ଟିଏଫ୍‌ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା। ତେବେ, ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କଗ୍‌ନିଜେନ୍ସ କୋର୍ଟ ୧୦ ଦିନିଆ ରିମାଣ୍ଡକୁ ମଞ୍ଜୁରି ଦେଇଛନ୍ତି।

ବୁଧବାର ସକାଳ ୧୦ଟାରେ ଗୁଜରାଟ ଏସ୍‌ଟିଏଫ୍‌ ଜାଭେଦକୁ ନେଇ ଅହମ୍ମଦାବାଦ ଅଭିମୁଖେ ବାହାରିଛି। ସେପଟେ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହିତ ନେଇଥିବା ବେଳେ ‌ଜାଭେଦ ବିରୋଧରେ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ଜାଭେଦର ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ୍‌ ସ୍ପଷ୍ଟ ହୋଇପାରି ନଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଉଲ୍ଳେଖଯୋଗ୍ୟ, ଜାଭେଦ୍‌ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଯଥା ଏନ୍‌ଆଇଏ, ସିବିଆଇ, ଏଟିଏସ୍‌ ଓ ବିଭିନ୍ନ ରାଜ୍ୟର ପୁଲିସ୍‌ ରେଞ୍ଜ କାର୍ଯ୍ୟାଳୟ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe