ନୂଆ ମୋଡରେ ବରେଇପାଲି ହତ୍ୟାକାଣ୍ଡ ଘଟଣା : ପ୍ରେମ ପାଇଁ ରୋହନକୁ ମାରିଥିଲେ, ୩ ଗିରଫ, ଜଣେ ଅଟକ

Advertisment
ନୂଆ ମୋଡରେ ବରେଇପାଲି ହତ୍ୟାକାଣ୍ଡ ଘଟଣା : ପ୍ରେମ ପାଇଁ ରୋହନକୁ ମାରିଥିଲେ, ୩ ଗିରଫ, ଜଣେ ଅଟକ

ସମ୍ବଲପୁର : ଗତ ସୋମବାର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ରୋହନ ପ୍ରଧାନ(୨୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଏକ ବସ୍ତାରେ ପୂରାଇ ଏକ ଘର ଭିତରେ ଫିଙ୍ଗି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡ ଏବେ ନୂଆ ମୋଡ଼ ନେଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ରୋହନ ଯେଉଁ ଝିଅକୁ ପ୍ରେମ କରୁଥିଲେ, ତାର ଜଣେ ସମ୍ପର୍କିତ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ରୋହନକୁ ସେ ପୂର୍ବରୁ ଉକ୍ତ ଝିଅକୁ ଭୁଲିଯିବା ପାଇଁ ଧମକ ଦେଇଥିଲା। କିନ୍ତୁ ତା ପରେ ମଧ୍ୟ ରୋହନ ଉକ୍ତ ଯୁବତୀଙ୍କ ସହ ମିଳାମିଶା କରିବା କାରଣରୁ ଯୁବତୀଙ୍କ ସମ୍ପର୍କୀୟ ଜଣକ ରାଗି ଯାଇଥିଲେ। ଏହାପରେ ସେ ତାଙ୍କର ଅପରାଧୀ ସାଙ୍ଗମାନଙ୍କ ସହ ମିଶି ରୋହନକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ରୋହନ କିନ୍ତୁ ଏସବୁ ବିଷୟରେ ଅଜ୍ଞ ଥିଲା। ତାଙ୍କୁ ବରେଇପାଲି ଛକରେ ଥିବା ଖଦଲ ପ୍ରଧାନଙ୍କ କିରାନା ଦୋକାନ ପଛପଟକୁ ଡାକିଥିଲେ। ଆଉସେଠାରେ ଏକ ଛୁରୀ ସାହାଯ୍ୟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ବସ୍ତାରେ ପୂରାଇଦେଇ ଚାଲିଯାଇଥିଲେ।

ଏହି ଘଟଣାରେ ଅଇଁଠାପାଲି ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଅଟକ ରଖିଛି। ବରେଇପାଲିର ଶିବନାଥ ଓରାମ(୨୪), ବରେଇପାଲି ରାଣିବଗିଚାର ବିକାଶ ମୁଣ୍ଡା, କରମତୁଳି ଅଞ୍ଚଳର କୁନୁ ବାଗ(୨୯)କୁ ପୁଲିସ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ଅଟକ ରଖିଛି। ସେମାନଙ୍କ ପାଖରୁ ପୁଲିସ ରକ୍ତ ଭିଜା ଗୋଟିଏ ଛୁରୀ ଓ କାଠ ବାଡ଼ି ଜବତ କରିଛି।

ସୂଚନାଯୋଗ୍ୟ, ଅଇଁଠାପାଲି ଥାନା ବରେଇପାଲି ମାଖନାପଡ଼ାର ରୋହନ ପ୍ରଧାନ ଓରଫ୍‌ ପପୁନ(୨୫) ରବିବାରଠାରୁ ନିଖୋଜ ଥିଲେ। ମାଛ ବ୍ୟବସାୟ କରୁଥିବା ତାଙ୍କ ମା’ଙ୍କୁ ‌ସେ ରାତିରେ ଆସିବେ ବୋଲି କହିଥିଲେ। ମାତ୍ର ବରେଇପାଲି ଛକ ନିକଟ ଏକ କିରାନା ଦୋକାନ ପଛ ପାଖ ଘରୁ ସୋମବାର ଦିନ ଏକ ବସ୍ତାରେ ତାଙ୍କର ମୃତ ଦେହ ମିଳିଥିଲା। ତେବେ ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ପୁଲିସ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe