ଗ୍ୟାଙ୍ଗଷ୍ଟର୍‌ ଷ୍ଟାଇଲ୍‌ରେ ଅପହରଣ; ଅପହୃତ ଉଦ୍ଧାର, ୩ ଗିରଫ

Advertisment

ଗ୍ୟାଙ୍ଗ୍‌ ସର୍ଦ୍ଦାର୍‌ ଫେରାର୍ , ୫ ଲକ୍ଷ ଟଙ୍କା ମାଗିଥିଲେ

ଗ୍ୟାଙ୍ଗ୍‌ ସର୍ଦ୍ଦାର୍‌ ଫେରାର୍ , ୫ ଲକ୍ଷ ଟଙ୍କା ମାଗିଥିଲେ

ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଖୋର୍ଦ୍ଧା : ୫ ଲକ୍ଷ ଟଙ୍କା ପାଇଁ ଖୋର୍ଦ୍ଧାର ଏକ କମ୍ପାନି ମ୍ୟାନେଜର୍‌ଙ୍କୁ ଦୁର୍ବୃତ୍ତମାନେ ଫିଲ୍ମ ଶୈଳୀରେ ରାସ୍ତାରୁ ଉଠାଇ ନେଇଥିଲେ। ୨୪ ଘଣ୍ଟା ମଧ୍ୟରେ ପୁଲିସ ଅପହୃତଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି। ତେବେ ଅପହରଣର ମାଷ୍ଟର୍‌ମାଇଣ୍ଡ ଓ ତା’ର ଅନ୍ୟ କେତେକ ସହଯୋଗୀ ଫେରାର୍‌ ହୋଇଯାଇଛନ୍ତି।

ସୂଚନାନୁସାରେ, ରସାନନ୍ଦ କଳସଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମଳିପଡ଼ାରେ। ସେ ଜମିଜମା ବ୍ୟବସାୟ କରନ୍ତି। ତାଙ୍କ କମ୍ପାନିର ପରିଚାଳକ ଭାବେ ସତ୍ୟନାରାୟଣ ବେହେରା କାମ କରୁଛନ୍ତି। ତାଙ୍କ ଘର ନରଣଗଡ଼ ନିକଟରେ। ଗତକାଲି ସକାଳ ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ନରଣଗଡ଼ ଷ୍ଟେସନ ରାସ୍ତାରୁ କେତେକ ଦୁବୃର୍ତ୍ତ ସତ୍ୟନାରାୟଣଙ୍କୁ ଏକ କାର୍‌ରେ ଅପହରଣ କରିନେଇଥିଲେ। ଅପହରଣର କିଛି ଘଣ୍ଟା ମଧ୍ୟରେ ଅପହୃତ ନିଜର ପରିଚୟ ଦେଇ ସତ୍ୟନାରାୟଣଙ୍କୁ ମୁକୁଳାଇବା ପାଇଁ ୫ଲକ୍ଷ ଟଙ୍କା ଦାବି କରିଥିଲେ। ରସାନନ୍ଦ ଅନ୍ୟ ଉପାୟ ନପାଇ ପ୍ରଥମେ ନିଜ କାର୍ଯ୍ୟାଳୟର ଅନ୍ୟ ଜଣେ କର୍ମଚାରୀଙ୍କ ହାତରେ ୨ ଲକ୍ଷ ଟଙ୍କା ପଠାଇଥିଲେ ଓ ମୁକୁଳିବା ପରେ ବଳକା ଟଙ୍କା ଦେବେ ବୋଲି କହିଥିଲେ। ସତ୍ୟନାରାୟଣଙ୍କୁ ଛାଡ଼ିବା ବଦଳରେ ଟଙ୍କା ନେଇ ଯାଇଥିବା କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ପିଟିବା ସହ ତାଙ୍କ ଠାରୁ ଟଙ୍କା ମଧ୍ୟ ନେଇଯାଇଥିଲେ। ଦାବି ମୁତାବକ ସଂପୂର୍ଣ୍ଣ ଅର୍ଥ ନପଠାଇଲେ ସତ୍ୟନାରାୟଣଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଶେଷରେ ରସାନନ୍ଦ ଅନ୍ୟ ଉପାୟ ନପାଇ ଜଙ୍କିଆ ଥାନାର ସହାୟତା ଲୋଡ଼ିଥିଲେ।

ଜଙ୍କିଆ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଏନେଇ ୧୪୬/୨୦୨୧ରେ ଏକ ମାମଲା ରୁଜୁ କରିଥିଲେ। ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଅପରାଧୀଙ୍କୁ ଧରିବା ପାଇଁ ଯୋଜନା କରି ଜଙ୍କିଆ ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରିଥିଲେ। ମୋବାଇଲ୍ ଫୋନ୍‌ ଟ୍ରାକିଂ କରି ଅପହୃତ ସତ୍ୟନାରାୟଣଙ୍କୁ ଜଟଣୀ ହରିରାଜପୁର ଜଙ୍ଗଲରେ ଠାବ କରାଯାଇଥିଲା। ଆଜି ଜଟଣୀ ପୁଲିସ ସହ ଉକ୍ତ ଅଞ୍ଚଳକୁ କର୍ଡନ କରି ଚଢ଼ଉ କରିଥିଲେ। ତେବେ ଚଢ଼ଉ ବେଳେ ଅପହରଣର ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ଖଣ୍ତି ଓ ତା’ର ୪ଜଣ ସହଯୋଗୀ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ। ମୁମୁର୍ଷୁ ଅବସ୍ଥାରେ ସତ୍ୟନାରାୟଣଙ୍କୁ ଉଦ୍ଧାର କରାଯାଇଥିଲା। ଅପହରଣରେ ବ୍ୟବହୃତ ହ୍ୟୁଣ୍ତାଇ କାର୍ ଓଡି ୦୫ଏବି୮୯୭୯କୁ ଜବତ କରାଯିବା ସହ ଅପହରଣରେ ଜଡ଼ିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ,ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ ଭାଲିଆବାଡ଼ି ଗାଁର ସୁଶୀଲ ବଳିଆରସିଂହ, ସଦର ଥାନା ଅଧୀନ ବରଘରପାଟଣାର ଶିବ ସୁନ୍ଦର ଦାଶ ଓ ଜଟଣୀ ଅରୁଗୁଳର ଆଦିତ୍ୟ ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe