କଟକ: ଆଠଗଡ ଥାନା ଅନ୍ତର୍ଗତ ଆଙ୍କୁଲା ଛକ ନିକଟରୁ ଏଟିଏମ୍ ଗାଡି ଲୁଟ୍ ଘଟଣାର ପଦ୍ଦାଫାସ ହୋଇଛି। ପୁଲିସ ଲୁଟେରାଙ୍କଠାରୁ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଏହି ଘଟଣାରେ ୩ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଛି।
ଆଜି ଆଠଗଡ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ତିଗିରିଆ ଅଭିମୁଖେ ଯାଉଥିବା ବେଳେ ଟଙ୍କା ଭର୍ତ୍ତି ଗାଡିରୁ ଟଙ୍କା ଲୁଟି ନେଇଥିଲେ ଲୁଟେରା। ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି ଏକ ଗାଡିରେ କିଛି ଦୁର୍ବୃତ୍ତ ଆସି ଟଙ୍କା ଭର୍ତ୍ତି ଗାଡିକୁ ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଭୁଜାଲି ଓ ବନ୍ଧୁକ ଦ୍ୱାରା ସୁରକ୍ଷା କର୍ମୀ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଗାଡିକୁ ଲୁଟ୍ କରି ଚମ୍ପଟ ମାରିଥିଲେ। କିଛି ବାଟ ଆସିବା ପରେ ଶଙ୍କରପୁର ଢେଙ୍କାନାଳ ରାସ୍ତାରେ ଗାଡିଟିକୁ ଛାଡି ଟଙ୍କା ବାକ୍ସ ଧରି ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଏବେ ଲୁଟେରାଙ୍କୁ ଗିରଫ କରିଛି।
Follow Us