ଭଦ୍ରକରୁ ୩୧୬ ଗ୍ରାମର ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୩ ଗିରଫ  

Advertisment
ଭଦ୍ରକରୁ ୩୧୬ ଗ୍ରାମର ବ୍ରାଉନ ସୁଗାର ଜବତ, ମହିଳାଙ୍କ ସମେତ ୩ ଗିରଫ  

ଭଦ୍ରକ: ଭଦ୍ରକରୁ ଆଜି ୩୧୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ ଯେ, ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ– ଧାମରା ରେଳ ଓଭରବ୍ରିଜ୍ ନିକଟରେ ପୂର୍ବରୁ ଛପି ରହିଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏକ ବ୍ରାଉନ ସୁଗାର ଚୋରା ଚାଲାଣ ଟିମକୁ ଧରିଥିଲା। ଚଢାଉ ବେଳେ ୩୧୬ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜଣେ ମହିଳା ଓ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ରାଉନ ସୁଗାର ଚୋରା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳର ଟୁନି ନାୟକ( ୩୩)। ଟୁନିଙ୍କର ନିଜ ଘର ବଡଚଣା ଥାନା ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମରେ। ସେ ଗତ କିଛି ବର୍ଷ ହେଲା ଚଣ୍ଡିଖୋଲରେ ଥିବା ମିଲାତ ନଗର ବସ୍ତିରେ ରହି ସାରା ଓଡିଶାରେ ନିଜର ବ୍ରାଉନ ସୁଗାର ଚୋରା କାରବାରର ଚେର ଲମ୍ବାଇଛି।

publive-image

ବିଶେଷକରି ଟୁନି ଭଦ୍ରକ, ଯାଜପୁର, ବାଲେଶ୍ବର ଜିଲ୍ଲାରେ ନିଜର କାରବାର ଜୋରଦାର ଚଳାଇଥିଲା। ଟୁନିର କଳା କାରନାମା ସଂପର୍କରେ ପୁଲିସ ଟେର ପାଇଥିଲେ ମଧ୍ୟ ତାକୁ ଧରିବାକୁ ସକ୍ଷମ ହୋଇ ନଥିଲା। ଆଜି କିନ୍ତୁ ବ୍ରାଉନ ସୁଗାର ମାଫିଆ ଟୁନିର ଟେର ପାଇଥିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ପୁଲିସ ଜାଲରେ ପଡିଛି ଟୁନି। ଟୁନି ପୁଲିସ ହାତରୁ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତାଙ୍କୁ କାବୁ କରି ନେଇଥିଲା। ଟୁନିଙ୍କ ସହ ବ୍ରାଉନ ସୁଗାର କାରବାର କରୁଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମର କପିଳ ମଲ୍ଲିକ ଓରଫ ଲିପା (୨୨) ଓ ସେହି ଗ୍ରାମର ଧନିଆ ମଲ୍ଲିକ(୨୬) ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ବେଳେ ଏମାନଙ୍କ ନିକଟରୁ ୩୧୬ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ୨୦୦ ଟି ଖାଲି ବ୍ରାଉନ ସୁଗାର ପୁଡିଆ ଜବତ କରାଯାଇଛି। ଗୋଟିଏ ମଟର ସାଇକେଲ, ୩ ଟି ମୋବାଇଲ ଫୋନ୍, ଆଧାର କାର୍ଡ ପୁଲିସ ଜବତ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ ଥାନେସରେ ୪୩୬/୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe