ମଧ୍ୟରାତ୍ରୀରେ ଚାଲାଣ ପାଇଁ ଚାଲିଥିଲା ଯୋଜନା; ଗୋ ମାଂସ ଜବତ, ୩ ଗିରଫ

ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ, ୫ ବର୍ଷ ଭିତରେ ଠୁଳ କରିଛନ୍ତି ୫୫ ଲକ୍ଷ ଟଙ୍କା

The Indian Express

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କଂସର ପଞ୍ଚାୟତ ଅନ୍ତର୍ଗତ ସାପଡଗରରେ ଗୋ ମାଂସ ଜବତ ହୋଇଛି। ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସାପଡଗରର ନାମଜାନ ସୁରେନ(୫୬), ନିକାଜିନ ସାମଦ(୫୮) ଓ ଝାରଖଣ୍ଡ ରାଜ୍ୟ ସବଡେଗା ଜିଲ୍ଲା ଜଳଡେଗା ଥାନା ଅନ୍ତର୍ଗତ ଦାଡ଼ପାଣିର ଜୁନାସ ଟପ୍‌ନୋ(୫୫)।

ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ସାପ ଡଗରରେ ଗୋ ମାଂସ କଟା ଯାଉଥିବା ଖବର ପାଇ ଜାମଲୋଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ସେମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଗ୍ରାମବାସୀ କୌଣସି ପ୍ରକାରେ ୩ ଜଣଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। କାବୁ କରିଥିବା ଲୋକଙ୍କୁ ପୁଲିସରେ ଜିମା ଦିଆଯାଇଛି। ଏନେଇ ଗ୍ରାମବାସୀ ବୁଧବାର ସକାଳେ ଯୁଯୁମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଂସକୁ ଜବତ କରିବା ପରେ ପୋତି ଦେଇଥିଲା। ପରୀକ୍ଷାଗାରକୁ ପଠାଇବା ପାଇଁ କିଛି ମାଂସ ନମୁନା ସଂଗ୍ରହ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe