ଆନ୍ଧ୍ରରୁ କୋରାପୁଟ ଦେଇ ମହାରାଷ୍ଟ୍ର ଚାଲାଣ ବେଳେ ଗଞ୍ଜେଇ ସହ ନମ୍ବର ବିହୀନ କାର୍‌, ନଗଦ ୩୦ ହଜାର ଜବତ

Advertisment
ଆନ୍ଧ୍ରରୁ କୋରାପୁଟ ଦେଇ ମହାରାଷ୍ଟ୍ର ଚାଲାଣ ବେଳେ ଗଞ୍ଜେଇ ସହ ନମ୍ବର ବିହୀନ କାର୍‌, ନଗଦ ୩୦ ହଜାର ଜବତ

କୋରାପୁଟ: ଆନ୍ଧ୍ରପ୍ରଦେଶରୁ କୋରାପୁଟ ଦେଇ ମହାରାଷ୍ଟ୍ର ଚାଲାଣ ବେଳେ ୯୫କିଲୋ ଗଞ୍ଜେଇ ସହ ନମ୍ବର ବିହୀନ କାର୍‌ ଓ ନଗଦ ୩୦ ହଜାର ଟଙ୍କା ଜବତ ହୋଇଛି। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଦେଶିଆ ଢାବା ନିକଟ ବନ୍ତାଳବିରି ଠାରେ ପୁଲିସର ଚଢ଼ଉରେ ଏହି ବେଆଇନ ସବୁଜ ଜହର କାରବାର ଧରାପଡ଼ିଛି। ପୁଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଅଧିକ ପଚରାଉଚରା କରୁଛି।

publive-image

ନନ୍ଦପୁର ଏସ୍‌ଡିପିଓ କହିଛନ୍ତି, ତିନି ଜଣ ଲୋକ ଏକ କାର୍‌ରେ (ଇନୋଭା)ରେ ଆନ୍ଧ୍ରପ୍ରଦେଶରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଦେଇ ମହାରାଷ୍ଟ୍ର ଚାଲାଣ କରୁଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଯୋଜନା ଅନୁସାରେ ୯୫ କିଲୋ ଗଞ୍ଜେଇ ନେଇ ଯାଉଥିବା ଇନୋଭାକୁ ଟାର୍ଗେଟ କରିଥିଲା। ପୁଲିସର ଏହି ଯୋଜନା ସଫଳ ହୋଇଥିଲା। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଛକୁଣ୍ଡ ଏସ୍‌ଆଇ ଡି ବତରିଆ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe