ଯୁବକଙ୍କୁ ପଥରେ ଛେଚି ହତ୍ୟା, ୩ ଗିରଫ

Advertisment
ଯୁବକଙ୍କୁ ପଥରେ ଛେଚି ହତ୍ୟା, ୩ ଗିରଫ

myjournalcourier.com

ରାଉରକେଲା: ଯୁବକଙ୍କୁ ପଥରେ ଛେଚି ହତ୍ୟା ଘଟଣାରେ ଲାଠିକଟା ପୁଲିସ ୩ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ନୂଅଗାଁ ଓରାମଟୋଲାର ରାଜେନ ଗୋହିର (୨୧), ସନ୍ତୋଷ ଏକ୍କା (୨୫) ଓ ଏତୱା କୁଜୁର (୩୧)। ଗତ ୧୨ରେ ବୁଧୁଆ ଟପ୍ପୋ ନାମକ ଜଣେ ଯୁବକକୁ ପଥରେ ଛେଚି ହତ୍ୟା କରାଯାଇଥିଲା। ପରେ ତାଙ୍କୁ ନୂଆଗାଁ ଏକ କ୍ଷେତରେ ଫିଙ୍ଗି ଦିଆଯାଇଥିଲା। ପରଦିନ କ୍ଷେତରେ ବୁଧୁଆଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖି ସ୍ଥାନୀୟ ‌ଲୋକ ଲାଠିକଟା ପୁଲିସ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe