ଦୁର୍ନୀତିଗ୍ରସ୍ତ ଅଧିକାରୀ: ପୂର୍ବତନ ଉପଜିଲ୍ଲାପାଳଙ୍କୁ ୩ ବର୍ଷ ଜେଲଦଣ୍ଡ, ବିଡିଓ ସମେତ ୩ ଅଧିକାରୀଙ୍କୁ ଗିରଫ

ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ଗରିବ ଓ ଅଶିକ୍ଷିତ ଲୋକଙ୍କୁ ଭକୁଆ ବନାଇ ଅଧିକାରୀମାନେ ବେଆଇନ ଭାବରେ ସମ୍ପତ୍ତି ଠୁଳ କରିବାରେ ପଛାଉ ନାହାଁନ୍ତି। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡୁଥିଲେ ମଧ୍ୟ ଅଧିକାରୀମାନଙ୍କୁ ଉପଯୁକ୍ତ ଶିକ୍ଷା ମିଳିପାରୁ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ ଅଧିକାରୀଙ୍କୁ ଲୋଭ ଗ୍ରାସ କରୁଛି। ଟେଣ୍ଡର ଦୁର୍ନୀତି ମାମଲାରେ ସଂଶ୍ଲିଷ୍ଟ ୩ ଜଣ ଅଧିକାରୀଙ୍କୁ ଶୁକ୍ରବାର ରାଉରକେଲାରେ ଭିଜିଲାନ୍ସ ବିଭାଗ ଗିରଫ କରିଥିବା ବେଳେ ଶନିବାର ଜଣେ ପୂର୍ବତନ ଉପଜିଲ୍ଲାପାଳଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଲକାନଗିରି ଜିଲ୍ଲାର ଜଣେ ପୂର୍ବତନ ଉପଜିଲ୍ଲାପାଳଙ୍କୁ ଶନିବାର ୩ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବିଡିଓ ସମେତ ୩ଜଣ ଅଧିକାରୀଙ୍କୁ ଗିରଫ କରିଛି ପୁଲିସ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପୂର୍ବତନ ଉପଜିଲ୍ଲାପାଳ ବଳଭଦ୍ର ପଣ୍ଡାଙ୍କୁ ଜେଲ ଦଣ୍ଡ ସହିତ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି।

publive-image

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବିଡିଓ ସମେତ ୩ ଜଣ ଅଧିକାରୀଙ୍କୁ ଉପଯୁକ୍ତ ଶାସ୍ତି ମିଳିଛି। ଏକ ଟେଣ୍ଡର ଅନିୟମିତତା ଓ ୪୬ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗରେ ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ଯନ୍ତ୍ରୀ ରାଜକିଶୋର ସାହୁ ଓ କନିଷ୍ଠ ଯନ୍ତ୍ରୀ ବୁଧେଶ୍ୱର ସାହୁଙ୍କୁ ଭିଜିଲାନ୍ସ ଚଢ଼ାଉ ଦ୍ୱାରା ଶୁକ୍ରବାର ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe