ଆସିକାରେ ଆଇପିଏଲ୍‌ ବେଟିଂ: ୩ ଗିରଫ, ୧ ଲକ୍ଷ ୨୭ ହଜାର ଟଙ୍କା ଜବତ

Advertisment

ଆସିକାରୁ ଭୁବନେଶ୍ୱର ଓ ବିଶାଖାପାଟଣା ଲମ୍ବିଛି ଚେର

ଆସିକାରୁ ଭୁବନେଶ୍ୱର ଓ ବିଶାଖାପାଟଣା ଲମ୍ବିଛି ଚେର

ଆସିକାରେ ଆଇପିଏଲ୍‌ ବେଟିଂ: ୩ ଗିରଫ, ୧ ଲକ୍ଷ ୨୭ ହଜାର ଟଙ୍କା ଜବତ

ଆସିକା: ଦୁବାଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ୮ଟି ଟିମ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। କିନ୍ତୁ ଗଂଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଚାଲିଥିବା ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଆଜି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗିରଫ କରିଛି। ପୁଲିସ ଏକ ମାମଲା ୪୫୯/୨୦ ରୁଜୁ କରି ଗିରଫ ତିନି ଜଣ ଆସିକା ପାକେଲା ପଲ୍ଲୀ ଗ୍ରାମର ଅଜୟ ଗୌଡ଼, ବିନୋଦ ପରିଡା, କୃଷ୍ଣ ସ୍ୱାାଇଁଙ୍କୁ କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କ ଠାରୁ ୫ଟି ମୋବାଇଲ, ନଗଦ ଏକ ଲକ୍ଷ ୨୭ ହଜା଼ର ୪୫୦ ଟଙ୍କା ଓ ଆଇପିଏଲ ସମ୍ପର୍କିତ ସାମଗ୍ରୀ କାଗଜପତ୍ର ଜବତ କରିଛି।

ପୁଲିସକୁ ମିଳିଥିବା ସୂଚନା ଅନୁସାରେ ଏହି ତିନି ଜଣ ଏଜେଣ୍ଟ ଭଳି କାମ କରୁଥିଲେ ଏବଂ କମିସନ ନେଉଥିଲେ। ଖେଳାଳି ନ୍‌କ ଠାରୁ ଟଙ୍କା ନେଇ ଭିନ୍ନ ଭିନ୍ନ ଆଇପିଏଲ ଦଳରେ ଟଙ୍କା ଲଗାଉଥିଲେ। ଏବେ ସବୁ ବେଟିଂ ଅନ୍‌ଲାଇନ ହେଉଥିବାରୁ ଜୁଆଡି ସହଜରେ ଖେଳୁଛନ୍ତି। ପୁଲିସ ଆଖିରେ ଧୂଳି ଦେଇ ଖେଳ ଆରମ୍ଭ ଦିନରୁ ବେଟିଂ ଚାଲିଥିଲା। ପୁଲିସ ବେଟିଂର ଟେର ମଧ୍ୟ ପାଉନଥିଲା। କିଛି ଦିନ ହେଲା ବେଟିଂ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପୁଲିସ ପ୍ରଥମ ପର୍ଯ୍ୟାୟରେ ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ମିଳିଥିବ ସୂଚନା ଓ ଖାତାରୁ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଆଇପିଏଲ୍‌ ବେଟିଂ ଘଟଣାରେ ୫ ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ସହିତ ୧୦ରୁ ଉର୍ଦ୍ଧ୍ୱ ଗିରଫ ହୋଇଥିଲେ। ତେବେ ଆଇପିଏଲ୍‌ ବେଟିଂର ଚେର ଆସିକାରୁ ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରେ ଏକାଧିକ ଦଳ ସଂପୃକ୍ତି ରହିଛି। ପୂର୍ବରୁ ଜୁଆଡ଼ିମାନେ ଗୋଟିଏ ଛାତ ତଳେ ଏକାଠି ହେଉଥିବା ବେଳେ ଏବେ ଅନଲାଇନ୍‌ ମାଧ୍ୟମରେ ଏହି ଖେଳ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe