ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ; ୪ ବାଇକ୍ ଉଦ୍ଧାର, ୩ ଗିରଫ

Advertisment
ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାସ; ୪ ବାଇକ୍ ଉଦ୍ଧାର, ୩ ଗିରଫ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ସାଲେଟିକ୍ରା ଗ୍ରାମର ଯବାନ ସୌଦାଗର ବାଘଙ୍କ ଘରୁ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପରେ ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୪ଟି ବାଇକ୍‌ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୩ ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ଶାସନ ଥାନା ବର୍ଷାପାଲି ଗ୍ରାମର ସୁଶାନ୍ତ ଛତର(୧୮), ସହଯୋଗୀ ଜମନକିରା ଥାନା କେନ୍ଦେଇଖୋଲ ଗ୍ରାମର ଉମେଶ ପେଣ୍ଠେଇ (୨୩) ଓ ବୁର୍ଲା ଥାନା ରୁପାପାଲି ଗ୍ରାମର ଅରବିନ୍ଦ ମୁଦୁଲି (୩୨) ରହିଥିବା ବେଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖ ରାତିରେ ଗୌଡ଼ପଲି ଫାଣ୍ଡି ଅଧୀନ ସାଲେଟିକ୍ରା ଗ୍ରାମର ଯବାନ ସୌଦାଗର ବାଘଙ୍କ ଘରୁ ଏକ ବାଇକ୍ (ଓଡି ୨୩ଏଲ-୨୮୩୪) ଚୋରି ହୋଇଥିଲା। ଏନେଇ ଯବାନ ସୌଦାଗର ଜୁଲାଇ ୧ ତାରିଖ ଗୌଡ଼ପଲି ଫାଣ୍ଡିରେ ଅଭିଯୋଗ କରିଥିଲେ। ସେହିପରି ଗତ ୨୯ ତାରିଖ ଜମନକିରା ଥାନା ବଡଖଲିଆ ଗ୍ରାମର କାହ୍ନୁ ଚରଣ ବାଘଙ୍କ ୨ଟି ସାଇକଲ ଚୋରି ହୋଇଥିଲା। ଏନେଇ ୩୦ ତାରିଖରେ କାହ୍ନୁ ଚରଣ ବାଘ ଜମନକିରା ଥାନାରେ ରିପୋର୍ଟ୍ କରିଥିଲେ। ସାଇକଲ ଦୁଇଟି ସାଲେଟିକ୍ରା ଗ୍ରାମରୁ ଗତ ୧ ତାରିଖ ଠାବ ହୋଇଥିଲା। ଯବାନ ସୌଦାଗର ସାଇକଲ ଚୋର ସମ୍ପର୍କରେ କୁଳୁଣ୍ଡି ଛକରୁ ସୂଚନା ପାଇଥିଲେ। ପରେ ସୁଶାନ୍ତ ବାଇକ୍‌ ଚୋରି କରିଥିବା ନେଇ ସ୍ପଷ୍ଟ ହେବା ପରେ ପୁଲିସକୁ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ପୁଲିସ୍‌ ଅଧିକ ତଦନ୍ତ କରି ସୁଶାନ୍ତକୁ ବାଘଡିହି- ଧୁରୁଆଡିହି ଅଞ୍ଚଳରୁ ଧରିଥିଲା। ଥାନାକୁ ଆଣି ସୁଶାନ୍ତକୁ ଅଧିକ ଜେରା କରିବା ପରେ ପୁଲିସ୍‌ ବାଇକ ଚୋର ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା। ତେବେ ସମ୍ବଲପୁର ଜିଲ୍ଲାର ବୁର୍ଲା, ଶାସନ, ଜମନକିରା ଥାନାରେ ଅଭିଯୁକ୍ତଙ୍କ ନାମରେ ଏକାଧିକ ଚୋରି, ଲୁଟ୍ ମାମଲା ରହିଥିବା ଆଇଆଇସି ପ୍ରେମଜିତ୍ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe