ମାଲକାନଗିରି: ଦ୍ରୁତଗତି ହେଉଛି ମହାବିପତ୍ତି। ସଡ଼କ ସୁରକ୍ଷା ନିୟମ ପାଳନ ନକରି ଯାନବାହନ ଚଳାଚଳ କରିବା ଦ୍ବାରା ଦୁର୍ଘଟଣାକୁ ନିମନ୍ତ୍ରଣ କରାଯିବା ସହିତ ସମାନ କଥା। ବାଇକ୍‌ ଆରୋହୀ ୩ ଜଣଙ୍କ ଉପରେ ସରକାରୀ ବସ୍‌ (ଓଡି-୩୦-୪୯୦୯) ଚଢ଼ିଯାଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା ଏମ୍‌ଭି-୭ ନିକଟରେ ଆଜି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

Advertisment

ଏହି ଖବର ପଢ଼ନ୍ତୁ: ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ

ସରକାରୀ ବସ୍‌ଟି ମାଲକାନଗିରିରୁ ପଡ଼ିଆ ଅଭିମୁଖେ ଯାଉଥିଲା। ମାଲକାନଗିରି ଠାରୁ ମାତ୍ର ୪ କିମି ଦୂର ଯିବା ପରେ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା। ବାଇକ୍‌ରେ ୩ ଅରୋହୀ ଥିଲେ। ସେମାନେ ମାଲକାନଗିରି ଅଭିମୁଖେ ଆସୁଥିଲେ। ଏମ୍‌ଭି-୭ ଏବଂ ମାଲକାନଗିରି ମଝିରେ ଥିବା ତାମସା ନଦୀ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା।

ସରକାରୀ ବସ୍‌ଟି ମାଲକାନଗିରିରୁ ପଡ଼ିଆ ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଏକ ବାଇକ୍‌ ଯାଉଥିଲା। ବାଇକ୍‌ରେ ୩ ଅରୋହୀ ଥିଲେ। ସେମାନେ ମାଲକାନଗିରି ଅଭିମୁଖେ ଆସୁଥିଲେ। ଏମ୍‌ଭି-୭ ଏବଂ ମାଲକାନଗିରି ମଝିରେ ଥିବା ତାମସା ନଦୀ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା।

Mkg bus and bike acciden

ଏହି ଖବର ପଢ଼ନ୍ତୁ: ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଲୋକଙ୍କର ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମାଲକାନଗିରି-ପଡ଼ିଆ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମାରେ ଉଡ଼ାଇବାକୁ ଧମକ!

ଅନ୍ୟପଟରେ ତିନି ଜଣଙ୍କର ମୃତ୍ୟୁ ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବସ୍‌କୁ ଅଟକ ରଖିଥିବାରୁ ଯାତ୍ରୀମାନଙ୍କର ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ବିଳମ୍ବ ହେଉଛି। 

ଏହି ଖବର ପଢ଼ନ୍ତୁ: ନୂଆ ଗତି ମିଳିଛି: ମୁଖ୍ୟମନ୍ତ୍ରୀ