ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ଆଜି ତିନୋଟି ବିଲ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍, ଓଡିଶା ବିନିୟୋଗ ଅଧି ନିୟମ ବଲ୍ ଓ ଓଡ଼ିଶା ସହର ଯୋଜନା ଏବଂ ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍। ଗୃହରେ ୩ଟି ବିଲ ପାରିତ ସମୟରେ କଂଗ୍ରେସ ଦଳର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ଏଥି ସହିତ ସୋମବାର ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହ ମୁଲତବି ରହିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ ହୋଇପଡ଼ିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ସମୟରେ ତାରାପ୍ରସାଦ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀ ବିଧାୟକ ମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ। ପରବର୍ତ୍ତୀ ସମୟରେ ତାରା ପୁଣି ସୁସ୍ଥ ଅନୁଭବ କରିଥିଲେ।
Follow Us