ଦକ୍ଷିଣମୋଡ଼ ନେଲା ନନ୍ଦିଘୋଷ, ନାକଚଣା ଦ୍ବାରରେ ତିନି ରଥ

ଦକ୍ଷିଣମୋଡ଼ ନେଲା ନନ୍ଦିଘୋଷ, ନାକଚଣା ଦ୍ବାରରେ ତିନି ରଥ

ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଶ୍ରୀମୁଣ୍ଡିଚା ମନ୍ଦିର ସିଂହଦ୍ବାରରେ ଉତ୍ତରମୁହାଁ ହୋଇ ରହିଥିବା ତିନିରଥର ଦକ୍ଷିଣମୋଡ଼ ନୀତିସଂପନ୍ନ ହୋଇଛି।

ଗତକାଲି ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଦକ୍ଷିଣମୋଡ଼ ନେଇଥିଲା। କିନ୍ତୁ, ରାତି ହୋଇଯିବାରୁ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ନେଇପାରି ନଥିଲା। ଆଜି ସକାଳେ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ ଦିଆଯାଇଛି। ତିନିରଥ ଆଜି ଶ୍ରୀଗୁଣ୍ଡିଚା ସମ୍ମୁଖ ନାକଚଣା ଦ୍ବାର ଶରଧାବାଲିରେ ବିଜେ କରିଛନ୍ତି। ଏଥିସହ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପରେ ବାହୁଡ଼ାଯାତ୍ରାର ପ୍ରସ୍ତୁତି ଆରମ୍ଭ ହେବ। ବିଳମ୍ବିତ ରାତିରେ ଚାରମାଳ ଓ ସେନାପଟା ଲାଗି ନୀତି ସଂପନ୍ନ ହେବ। ପରଦିନ ସକାଳୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe