ରଥ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ଚକଡ଼ା‌ରେ ତିନି ରଥ, ମହାପ୍ରଭୁଙ୍କ ଅପେକ୍ଷାରେ....

ରଥ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ଚକଡ଼ା‌ରେ ତିନି ରଥ, ମହାପ୍ରଭୁଙ୍କ ଅପେକ୍ଷାରେ....

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅପେକ୍ଷାରତ ତିନି ରଥ। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ନେବା ପାଇଁ ବ୍ୟଗ୍ର ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ। ଏଥିପାଇଁ ରଥଯାତ୍ରାର ଦିନକ ପୂର୍ବରୁ ତିନି ରଥ ଗୁରୁବାର ଦିନ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି। ପୁଲିସ, ଭକ୍ତ, ପ୍ରଶାସନିକ ଅଧିକାରୀମାନେ ଆଜି ରଥଖଳାରୁ ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନେଇଛନ୍ତି। ଏଥିପାଇଁ ଘଣ୍ଟଘଣ୍ଟା ସହ ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଛି।

publive-image

ଆଜିର ଏହି ରଥଟଣା ପରିବେଶ ଦିନକ ପୂର୍ବରୁ ଘୋଷଯାତ୍ରାର ଭ୍ରମ ସୃଷ୍ଟି କରିଛି। ଗୁରୁବାର ଦିନ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ତିନି ଆଜ୍ଞାମାଳ ପୂଜାପଣ୍ଡା ସେବକମାନେ ରଥଖଳାକୁ ବିଜେ ପରେ ତିନି ରଥରେ ଲାଗି କରାଯାଇଥିଲା। ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବକ ଘଣ୍ଟୁଆଙ୍କ ଘଣ୍ଟଘଣ୍ଟାର ତାଳେ ତିନି ରଥ ଗଡ଼ିଥିଲା। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ବଡ଼ଠାକୁର ବଳଭଦ୍ରଙ୍କ ‌ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାକୁ ବିଜେ କରିଥିଲେ। ତିନି ରଥକୁ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉତ୍ତର ମୋଡ଼ ଦେଇ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe