ବୌଦ୍ଧ: ଶନିବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ କ୍ଲିନିକରେ ଚଢ଼ଉ କରି ୩ଟି କ୍ଲିନିକକୁ ସିଲ କରାଯାଇଛି। ସୂଚନା ଅନୁସାରେ ଉପଜିଲ୍ଲାପାଳ ସନତ ନାଏକଙ୍କ ନେତୃତ୍ବରେ ସହରର ବିଭିନ୍ନ କ୍ଲିନିକ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ କିଛି କ୍ଲିନିକ ଆବଶ୍ୟକୀୟ ଦସ୍ତାବିଜ ଦେଖାଇ ପାରିନଥିଲେ। ଏହିକ୍ରମରେ ସାଇ ଡେଣ୍ଟାଲ କ୍ଲିନିକ, ପ୍ରଧାନ ହେଲ୍ଥ କେୟାର ଓ ନଟରାଜ ପାଥୋ କ୍ଲିନିକକୁ ସିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏଗୁଡ଼ିକୁ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ଚଢ଼ଉରେ ସ୍ବାସ୍ଥ୍ୟ ବିଭାଗର ଡା.ବିଜୟ ସାହୁ, ଡ୍ରଗ୍ସ ଇନ୍ସପେକ୍ଟର ସନ୍ତୋଷ ପ୍ରଧାନ, ଅତିରିକ୍ତ ତହସିଲଦାର ରାଜେ ରସୁଲଙ୍କ ସହ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଆବଶ୍ୟକୀୟ ଦସ୍ତାବିଜ ନ ଥିଲା, ବୌଦ୍ଧ ସହରରେ ୩ଟି କ୍ଲିନିକ ବନ୍ଦ କଲା ପ୍ରଶାସନ
Advertisment
Follow Us