ଜନ୍ମଦିନ ପାଳନ କାଳ ହେଲା : କୋଲାବ ଜଳଭଣ୍ଡାରରେ ବୁଡ଼ି ୩ କଲେଜ ଛାତ୍ରଙ୍କର ମୃତ୍ୟୁ

ଜନ୍ମଦିନ ପାଳନ କାଳ ହେଲା : କୋଲାବ ଜଳଭଣ୍ଡାରରେ ବୁଡ଼ି ୩ କଲେଜ ଛାତ୍ରଙ୍କର ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରେ ବୁଡ଼ି ୩ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୩ ଜଣ ଛାତ୍ର ଏବଂ ୪ଜଣ ଛାତ୍ରୀ ଜଣେ ବନ୍ଧୁଙ୍କ ଜନ୍ମଦିନ ଭୋଜି କରିବାକୁ ଯାଇଥିଲେ। ସେମାନେ କୋଲାବ ଡ୍ୟାମକୁ ବୁଲିବାକୁ ବୁଲି ଯିବା ସହ ୩ ଜଣ ଗାଧୋଇବାକୁ ବାହାରିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

ସେଠାରେ ୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଛାତ୍ର କୋଲାବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ଗାଧୋଇବା ସମୟରେ ଉକ୍ତ ୩ ଛାତ୍ର ପାଣିରେ ବୁଡ଼ିଯାଇଥିଲେ। ସେମାନଙ୍କ ଗୋଡ଼ ଖସିବାରୁ ଏଭଳି ଘଟିଥିବା କୁହାଯାଉଛି। ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ୩ ଛାତ୍ର ପାଣିରେ ବୁଡ଼ିଯାଉଥିବାର ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ୩ ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ୩ ଛାତ୍ର କୋରାପୁଟ ସରକାରୀ ମହାବିଦ୍ୟାଳୟର  +୩ ଦ୍ବିତୀୟ ବର୍ଷ ଛାତ୍ର ବୋଲି ଜଣାଯାଇଛି। ସେମାନଙ୍କ ନାମ ମନ୍ମଥ ସାସମଲ୍ , ସନ୍ଦିପ ପୂଜାରୀ ଏବଂ ରମାକାନ୍ତ ପଟ୍ଟନାୟକ ବୋଲି ଜଣାପଡ଼ିଛି। ତେବେ ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ କିଛି ସୂଚନା ନଥିବା କୁହାଯାଉଛି। ଏହି ଘଟଣା ପ୍ରଚାରିତ ହେବା ପରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପରିସରରେ ଶୋକାକୁଳ ପରିସ୍ଥିତ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe