ବଡ଼ମାଳ ଫାଣ୍ଡିରୁ ୨ ଅଭିଯୁକ୍ତ ଫେରାର ଘଟଣା: ୩ କନଷ୍ଟେବଳ ନିଲମ୍ବିତ

Advertisment
ବଡ଼ମାଳ ଫାଣ୍ଡିରୁ ୨ ଅଭିଯୁକ୍ତ ଫେରାର ଘଟଣା: ୩ କନଷ୍ଟେବଳ ନିଲମ୍ବିତ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଲ ଫାଣ୍ଡି ହେପାଜତରୁ ବୁଧବାର ରାତିରେ ଦୁଇ ଅଭିଯୁକ୍ତ ଫେରାର ଘଟଣାରେ ୩ ଜଣ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ୩ କନଷ୍ଟେବଲ ହେଲେ ସତ୍ୟବାନ ରାଉତ, ଅଶ୍ୱିନୀ ସେଠା,ସୁନୀଲ କୁମାର ମିଞ୍ଜ। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ଏହି ୩ ଜଣ କନଷ୍ଟେବଲଙ୍କୁ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, ୧୮ ତାରିଖ ଦିନ ସଇଁତଲା ଥାନା ଅନ୍ତର୍ଗତ ବେଲଗା ଫାଣ୍ଡି ଅଧୀନସ୍ଥ ବିନ୍ଧନବାହାଳି ମଦ ଭାଟିରୁ କିଛି ବ୍ୟକ୍ତି ଭାଟି ମ୍ୟାନେଜର ପିଣ୍ଟୁ ସିଂଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ସଇଁତଲା ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଗତ ଦୁଇ ଦିନ ହେଲା ବଡ଼ମାଳ ଥାନା ଅନ୍ତର୍ଗତ ସର୍ଗିପାଲି ଗାଁର ପିଣ୍ଟୁ ଦାସ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳର ସଂନ୍ତୋଷ ବଡସେଠଙ୍କୁ ପୁଲିସ ବଡ଼ମାଲ ଫାଣ୍ଡିରେ ଅଟକ ରଖିଥିଲା। ବୁଧବାର ରାତିରେ ଦୁଇ ଅଭିଯୁକ୍ତ ବଡ଼ମାଲ ଫାଣ୍ଡିରେ ଖାଇ ସାରିବାପରେ ହାତ ଧୋଇଗଲା ବେଳେ ଫେରାର ହୋଇଯାଇଥିଲେ।

publive-image

ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ଓ ବଡ଼ମାଲର କିଛି ଘରୋଇ ସିକ୍ୟୁରିଟି ଦୁଇ ଅଭିଯୁକ୍ତକୁ ଖୋଜାଖୋଜି କରିଥିଲେ ପରେ ଘଟଣା ସମ୍ପର୍କରେ ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଖବର ପାଇ ବଡ଼ମାଲ ଫାଣ୍ଡିକୁ ଆସି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲେ। ପରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଆସି ଛାନଭିନ ଆରମ୍ଭ କରିଥିଲେ ହେଲେ ପୁଲିସର ହାତ ଖାଲି ରହିଥିଲା। ତେବେ ଘଟଣାକୁ ନେଇ ଚର୍ଚ୍ଚା ଜୋରଧରିବା ସହ ପୁଲିସର ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe