ବାପାଙ୍କୁ ମୁଖାଗ୍ନି ଦେଲେ ତିନିଝିଅ

Advertisment

ବାପାଙ୍କ ମୃତ୍ୟୁର ତିନି ଦିନ ପରେ ଦାହ ସଂସ୍କାର ସହ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ତିନି ଝିଅ। ବରଗଡ଼ ସହର କଲେଜ ରୋଡ୍‌ ଗଣେଶନଗର ନିବାସୀ ଘନଶ୍ୟାମ ମହାପାତ୍ର (୭୦)ଙ୍କର ଗତ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା।

ବାପାଙ୍କ ମୃତ୍ୟୁର ତିନି ଦିନ ପରେ ଦାହ ସଂସ୍କାର ସହ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ତିନି ଝିଅ। ବରଗଡ଼ ସହର କଲେଜ ରୋଡ୍‌ ଗଣେଶନଗର ନିବାସୀ ଘନଶ୍ୟାମ ମହାପାତ୍ର (୭୦)ଙ୍କର ଗତ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା।

sfssfsf

ବରଗଡ଼: ବାପାଙ୍କ ମୃତ୍ୟୁର ତିନି ଦିନ ପରେ ଦାହ ସଂସ୍କାର ସହ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ତିନି ଝିଅ। ବରଗଡ଼ ସହର କଲେଜ ରୋଡ୍‌ ଗଣେଶନଗର ନିବାସୀ ଘନଶ୍ୟାମ ମହାପାତ୍ର (୭୦)ଙ୍କର ଗତ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ତିନି ଝିଅଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି କଲେଜରେ ଅଧ୍ୟାପନା କରୁଥିବା ବଡ଼ଝିଅ ସୁନୟନା ଏବଂ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ସ୍ନାତକୋତ୍ତର ପଢୁଥିବା ସାନଝିଅ ସୁନାକ୍ଷି ବରଗଡ଼ରେ ପହଞ୍ଚିଥିଲେ। ହେଲେ ସୁଦୂର ଫ୍ରାନ୍ସରେ ଥିବା ମଝିଆ ଝିଅ ସୁକନ୍ୟା ପହଞ୍ଚି ପାରିନଥିଲେ। ସେଥିପାଇଁ ବାପାଙ୍କ ମରଶରୀରକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଥିଲା। ସାନଝିଅ ପହଞ୍ଚିବା ପରେ ଆଜି ସକାଳେ ତାଙ୍କ ମୃତଦେହ ବରଗଡ଼ ଜୀରା ନଦୀକୂଳରେ ଅନ୍ତିମ ସତ୍କାର କରାଯାଇଥିଲା। 

ଏଥିରେ ତିନି ଝିଅଙ୍କ ସମେତ ତାଙ୍କ ବଡ଼ବାପାଙ୍କ ପୁଅ ପ୍ରବୀଣ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ମହାପାତ୍ର ବରଗଡ଼ ସମବାୟ ଚିନି କାରଖାନା ଏବଂ ବରଗଡ଼ ନିବନ୍ଧକ କାର୍ଯ୍ୟାଳୟରେ ଚାକିରି କରି ଅବସରଗ୍ରହଣ କରିଥିଲେ। ରେମଣ୍ଡା ଗ୍ରାମ ନିବାସୀ ସ୍ବାଧୀନତା ସଂଗ୍ରାମୀ ଦ୍ବାରିକା ମହାପାତ୍ରଙ୍କ ପୁଅ ସ୍ବର୍ଗତ ମହାପାତ୍ର ବରଗଡ଼ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe