ବଜ୍ରପାତରେ ୩ ମୃତ, ୪ ଆହତ

Advertisment
ବଜ୍ରପାତରେ ବୃଦ୍ଧା ମୃତ

The Statesman

ଗଁଦିଆ/ଯୋରନ୍ଦା/ଢେଙ୍କାନାଳ, ୧୭।୬ (ଇମିସ): ଢେଙ୍କାନାଳ ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସଦର ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତର ନଢ଼ଣପୁର ଗାଁରେ ବଜ୍ରପାତ ଘଟି ଗାଈ ଚରାଇବାକୁ ଯାଇଥିବା ପ୍ରକାଶ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ମୃତ୍ୟୁ ହୋଇଛି। ସେହିପରି ଦେଓଗାଁ ପଞ୍ଚାୟତର ଡାଗରାପଲ୍ଲୀ ଗ୍ରାମରେ ଆଜି ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପାଞ୍ଚ ଜଣ ବ୍ୟକ୍ତି ଏକ ପରିତ୍ୟକ୍ତ ସ୍କୁଲ୍‌ ଘର ବାରଣ୍ଡାରେ ଛିଡ଼ା ହୋଇଥିବା ସମୟରେ ସେଠାରେ ବଜ୍ରପାତ ହୋଇଥିଲା। ଡାଗରାପଲ୍ଲୀ ଗ୍ରାମର ଜଗତ ଦେହୁରୀ (୩୮) ଗୁରୁତର ହୋଇଥିବା ବେଳେ ଅନ୍ୟ ୪ଜଣ ଶ୍ରୀପତି ବେହେରା (୪୦), ଗୌରାଙ୍ଗ ଦେହୁରୀ (୩୮), ଜଗା ବେହେରା(୨୪) ଓ ଶରତ ଦେହୁରୀ (୪୫) ଆହତ ହୋଇଥିଲେ। ସରପଞ୍ଚ ଓ ସ୍ଥାନୀୟ ଲୋକମାନେ ଅସୁସ୍ଥ ୫ ଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଜଗତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଚାରି ଜଣ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ସରପଞ୍ଚ ଶ୍ରୀ ଦେହୁରୀ ସେମାନଙ୍କୁ ଘରେ ଛାଡ଼ିଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe