ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଅନେକ ଆହତ

ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଅନେକ ଆହତ

ଫୁଲବାଣୀ : ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ସାଲୁଙ୍କି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ୪ ମୃତ ଅନେକ ଆହାତ। ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ଉପସ୍ଥିତ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରାପ୍ତ ସୂଚନା ଯାହା ରହିଚି ଯାତ୍ରୀବାହୀ ବସ ସାଲୁଙ୍କି ମୁନିଗୁଡ଼ାରୁ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀ ନେଇ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ଫିରିଙ୍ଗିଆ କାଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଲା।ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ୍ ଆହତ ହୋଇଥିବା ଖବର ରହିଛି।ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆଉଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଅତ୍ୟଧିକ ଗୁରୁତର ମାନଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe