ହାତୀ ଆକ୍ରମଣରେ ୩ ମୃତ

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ରାଜଗାଙ୍ଗପୁର/ କଙ୍କଡ଼ାହାଡ : ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣ ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

ସୁନ୍ଦରଗଡ଼ର ଉଜ୍ଜ୍ବଳପୁର ବନାଞ୍ଚଳ ଅନ୍ତର୍ଗତ କିଞ୍ଜିରକେଲା ସେକ୍ସନର କୁପାଟାଙ୍ଗର ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ଦଶହରାରେ ଝିଅକୁ ନେବାକୁ ସମୁଦିଘରକୁ ଆସୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ସେ ହେଉଛନ୍ତି ଲେଫ୍ରିପଡ଼ା ବ୍ଲକ୍‌ ମଶାବିରା ଗ୍ରାମ ଡୁମେରବାହାଲପଡ଼ାର ବୁଧରାମ ମାଝୀ(୫୦)। ସେହିଭଳି, ରାଜଗାଙ୍ଗପୁର ବନାଞ୍ଚଳର ପାନପୋଷ ପଞ୍ଚାୟତ କାଲୋଡିହି ଗାଁ ନିକଟସ୍ଥ ହଲଢିପା ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁ କାଲୋଡିହି ମିଞ୍ଜଟୋଲିର ଭଲେରିୟୁସ ମିଞ୍ଜ(୬୦)ଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ, ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଚାନ୍ଦପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ହାତୀ ଆକ୍ରମଣରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ‌େହଲେ ରମେଶ ବେହେରା (୭୦)। ତାଙ୍କ ପତ୍ନୀ ତାରା ବେହେରା (୬୫) ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe