ହୋଲି ଖେଳ ବେଳେ ଅଘଟଣ ଘଟି ୩ ମୃତ

କୁଆଖାଇରେ ବୁଡ଼ି ନାବାଳକ ମୃତ

sisat

ବିଂଝାରପୁର/ଚଣ୍ଡିଖୋଲ : ହୋଲି ଖେଳ ବେଳେ ଅଘଟଣ ଘଟି ୩ ଜଣଙ୍କ ଜୀବନ ଯାଇଛି। ବୁଧବାର ଅପରାହ୍ଣରେ ୩ ସାଙ୍ଗ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ଗ୍ରାମର ଅଶୋକ କୁମାର ଦାସଙ୍କ ପୁଅ ଚନ୍ଦନ(୨୫), ବିତନା ପଞ୍ଚାୟତ ବରୀକୂଳ ଗ୍ରାମର ଉପେନ୍ଦ୍ର ବେହେରାଙ୍କ ପୁଅ ଧନେଶ୍ବର(୨୬), ପ୍ରୀତିପୁର ଗ୍ରାମର ବାବୁ ମହାନ୍ତିଙ୍କ ପୁଅ ଦିବ୍ୟରଞ୍ଜନ ଓରଫ କାଜୁଆ(୨୮) ରଙ୍ଗ ଖେଳି ବିଂଝାରପୁର ଅଞ୍ଚଳରୁ ବାଇକ୍‌ରେ ଘରକୁ ଫେରୁଥିଲେ। ଅଳକୁଣ୍ଡ ଥାନା ଅଧୀନସ୍ଥ ବରପଦା ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଆହତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଧନେଶ୍ୱରଙ୍କର ମୃତ୍ୟୁ ହୋଇଛି। ଦିବ୍ୟରଞ୍ଜନଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ବ୍ୟବଚ୍ଛେଦ ପରେ ଚନ୍ଦନ ଓ ଧନେଶ୍ୱରଙ୍କ ମୃତଦେହ ଗ୍ରାମକୁ ଅଣାଯାଇଥିଲା। ପ୍ରୀତିପୁର ସମିତିସଭ୍ୟ ଜଗତ ସାହୁ, ବିତନା ସରପଞ୍ଚ ରମେଶ ଚନ୍ଦ୍ର ମଲିକ, କାଶୀନାଥ ଦାସ, ମହେନ୍ଦ୍ର ଦାଶ ପ୍ରମୁଖ ପହଞ୍ଚି ଶେଷଦର୍ଶନ କରିଥିଲେ। ଦୁଇ ମୃତଦେହକୁ ଅଲଗାଅଲଗା ସେମାନଙ୍କ ଗ୍ରାମରେ ଶେଷକୃତ୍ୟ କରାଯାଇଥିଲା। ବିଜେପି ନେତ୍ରୀ ବବିତା ମଲ୍ଲିକ ଓ ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ସେହିପରି ବଡ଼ଚଣା ବ୍ଲକ୍‌ ତଥା ଅଚ୍ୟୁତପୁର ପଞ୍ଚାୟତ ଅନ୍ତର୍ଗତ ଅସିଆ ଗ୍ରାମର କୁନା ଦେହୁରୀଙ୍କ ବଡ଼ପୁଅ ପ୍ରକାଶ(୧୨)ଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ରଙ୍ଗଖେଳ ପରେ ପ୍ରକାଶ ସାଙ୍ଗମାନଙ୍କ ସହିତ ଘର ପାଖରେ ଥିବା ଏକ ପୋଖରୀକୁ ଗାଧେଇବାକୁ ଯାଇଥିଲା। ଗାଧୋଇବା ସମୟରେ ପିଲାଟି ପାଣି ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲା। ଅନ୍ୟ ପିଲାଙ୍କ ପାଟି ଶୁଣି ଗାଁ ଲୋକେ ସେଠାରେ ପହଞ୍ଚିଥିଲେ। ପ୍ରକାଶଙ୍କୁ ପାଣିରୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲିଚନ୍ଦ୍ରପୁର ଥାନାରେ ୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe