କଳାହାଣ୍ଡି‌ରେ ପୁଣି ବ୍ୟାପୁଛି ଝାଡ଼ାବାନ୍ତି; ୩ ମୃତ, ୨୨ ଆକ୍ରାନ୍ତ

Advertisment

ନୂଆପଡ଼ା ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ନୂଆପଡ଼ା ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

କଳାହାଣ୍ଡି‌ରେ ପୁଣି ବ୍ୟାପୁଛି ଝାଡ଼ାବାନ୍ତି; ୩ ମୃତ, ୨୨ ଆକ୍ରାନ୍ତ

ଜୟପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଝାଡ଼ାବାନ୍ତି ବ୍ୟାପୁଛି। ଜୟପାଟଣା ବ୍ଲକ୍‌ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡ଼ା ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଏବେ ବି ଗାଁରେ ୨୨ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଚିକିତ୍ସକ ଦଳ ଗାଁକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପରଖିବା ସହ ଔଷଧ ବଣ୍ଟନ କରିଛନ୍ତି।

ସୂଚନାମତେ, ଗତ ଗୁରୁବାର ଝଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏହି ଗାଁର ଚନ୍ଦ୍ରୀ ବାଣୁଆ (୭୦ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଗାଁରେ ଭୟର ବାତାବରଣ ଦେଖା ଦେଇଥିଲା। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା। ରବିବାର ପୁଣି ଗାଁର ସୁମନ କଛିଆ (୪୫ବର୍ଷ) ଓ କାଇବତୀ ପାତ୍ର (୬୫ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତିରେ ଆକ୍ରାନ୍ତ କନିଷ୍ଠ ନାଏକଙ୍କୁ ପ୍ରଥମେ ଜୟପାଟଣା ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ତିଳୋତ୍ତମା ନାଏକ, ତିଳଚମ୍ପା ନାଏକ, ବିନତି କଛିଆଙ୍କୁ ଜୟପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି ଗାଁର ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ସ୍ଥିତି ଉପରେ ନଜର ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପ୍ରାୟ ମାସେ ତଳେ ଏହି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ ଅଞ୍ଚଳରେ ଝାଡ଼ାବାନ୍ତିରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିପରି କଲମପୁର ବ୍ଲକ୍‌ ଅଞ୍ଚଳରେ ମଧ୍ୟ ବହୁ ଲୋକ ଆକ୍ରାନ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe