ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ: ବିଲରେ କାମ କରୁଥିଲେ ଚାଷୀ, ବଜ୍ରାଘାତରେ ଟଳିପଡ଼ିଲେ

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଯାଜପୁର/ବାଲେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ହୋଇଛି। ଯାଜପୁର ଓ ବାଲେଶ୍ବର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ୨ ଜଣ ଓ ବାଲେଶ୍ବର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡୀ ପଂଚାୟତ ଅଧୀନ କଅଁଳଖୁଣ୍ଟା ଗାଁର ବିବେକାନନ୍ଦ ଖୁଣ୍ଟିଆ (୪୭) ବଜ୍ରପାତରେ ପ୍ରାଣ ହରାଇଛନ୍ତି। ବଜ୍ରପାତ ସମ‌ୟରେ ସେ ନିଜ ସାନଭାଇ ଶମ୍ଭୁନାଥଙ୍କ ସହିତ ବିଲରେ କାମ କରୁଥିଲେ। ତାଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବିବେକାନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଘାସ କାଟିବାକୁ ଯାଇଥିବାବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗଡମଧୁପୁର ପଞ୍ଚାୟତ ଭୁବନପୁର ଗ୍ରାମରେ ଆଜି ଏହି ଦୁଃଖଦ ଘଟଣା ଘଟିଥିଲା। ମଧ୍ୟାହ୍ଣ ସମୟରେ ଗାଁ ନିକଟ କୁଲାବେଙ୍ଗି ପାଟରୁ ଘାସ ଆଣିବାକୁ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି(୧୯) ଏବଂ ବାବନ ମଲିକଙ୍କ ପୁଅ ଯୋଗୀ(୧୬) ଯାଇଥିଲେ | ଆଉ ଘାସ କାଟି ଫେରୁଥିବାବେଳେ ଏକ ଗଛମୂଳେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଏଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା | ଦୁଇ ଭେଣ୍ଡିଆ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe