ବଜ୍ରପାତ ନେଲା ୩ ଜୀବନ: କପା ଲଗାଇବା ବେଳେ ୨ ମହିଳା ଶ୍ରମିକ ମୃତ, ଧାନବିଲରେ ଟଳିପଡ଼ିଲେ ଚାଷୀ

ବଜ୍ରପାତ ନେଲା ୩ ଜୀବନ: କପା ଲଗାଇବା ବେଳେ ୨ ମହିଳା ଶ୍ରମିକ ମୃତ, ଧାନବିଲରେ ଟଳିପଡ଼ିଲେ ଚାଷୀ

ବଜ୍ରପାତ: ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗୁରୁବାର ଅପରାହ୍ନରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କପା ରୋପଣ କରୁଥିବା ବେଳେ  ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପର ଧାନ ଖେତରେ ଅନ୍ୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକମାନେ ହେଲେ ଲକ୍ଷ୍ମୀ ଖମାରୀ, ଅସଲି ଚନ୍ଦନ ଓ ପଲଉ ଭୂଏ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ପୁଲିସ ଫାଣ୍ଡିର ବୁଡାବାହାଲ ଗାଁରେ ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ବଜ୍ରପତ ହୋଇଥିଲା। ଏହି ସମୟରେ ବୁଢ଼ାବାହାଲ-ଲକ୍ଷଣପୁର ରାସ୍ତାରେ ଥିବା ଏକ ଚାଷ ଜମିରେ କପା ରୋପଣ କରୁଥିବା ବେଳେ ଦୁଇଜଣ ମହିଳାଙ୍କ ଉପରେ ବ୍ରଜପାତ ହୋଇଛି। ଘଟଣାସ୍ଥଳରେ ବନ୍ଧପଡା ପାଞ୍ଚାୟତ ବୁଢ଼ାବାହାଲ ଗାଁର ଲକ୍ଷ୍ମୀ ଖମାରୀ ଓ ଅସଲି ଚନ୍ଦନ ପ୍ରାଣ ହରାଇଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଡାକ୍ତରଖାନାକୁ ନେଇଥିବା ଜଣାପଡିଛି।

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଭଣ୍ଡାର ଗ୍ରାମର ପଲଉ ଭୂଏ (୪୫) ଆଜି ବିଲରେ ତଲି (ଧାନ ଚାଷ ପାଇଁ ଚାରା) ପକାଉ ଥିବା ସମୟରେ ବଜ୍ରପାତରେ ଗୁରୁତର ହୋଇଥିଲେ। ତାଙ୍କୁ ବିଲରୁ ଉଦ୍ଧାର କରାଯାଇ ଏକ ଅଟୋରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ। ପଲଉ ଦୈନିକ ମଜୁରିଆ ହିସାବରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସଜନା ଓ ଝିଅ ପୂଜା ଅଛନ୍ତି। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଫେରା ରାଜ୍ୟକୁ ଚାଲିଯିବାରୁ ପରିବାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe