ବଜ୍ରପାତ ସାଜିଲା କାଳ: ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ନୟାଗଡ଼: ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫), ମହୁଲିଆର ଜିତେନ୍ଦ୍ର ଦୋରା(୨୧), ଭାଲିଆଡିହିର ଧନେଶ୍ବର ପରିଡ଼ା(୭୦)ଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକମାନେ ଏମାନଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ମହିଳା ପଦ୍ମା ଗାଁ ନିକଟସ୍ଥ ବିଲକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।

ସେହିଭଳି ଜିତେନ୍ଦ୍ର ଆମ୍ବ ତୋଟାକୁ ଆମ୍ବ ଗୋଷଟାଇବାକୁ ଯାଇଥିବା ବେଳେ ଏଭଳି ଅଘଟଣର ଶିକାର ହୋଇଥିଲେ। ଜିତେନ୍ଦ୍ରଙ୍କ ସହିତ ତାଙ୍କ ସାଙ୍ଗ ଆମ୍ବ ତୋଟାକୁ ଯାଇଥିବା ବେଳେ ସେ ଆହାତ ହୋଇ ଗୋଡ଼ିପଡ଼ା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଧନେଶ୍ବର ବିଲକୁ ଗାଈ ଚରାଇବାକୁ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି, ମୃତକଙ୍କ ସମ୍ପର୍କୀୟଙ୍କ କୋହଭରା କାନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା। ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe