ଅଭାବନୀୟ ଘଟଣା: ହକି ମ୍ୟାଚ ବେଳେ ବଜ୍ରପାତ, ୨ ଭାଇ ସମେତ ୩ ମୃତ

ଅଭାବନୀୟ ଘଟଣା: ହକି ମ୍ୟାଚ ବେଳେ ବଜ୍ରପାତ, ୨ ଭାଇ ସମେତ ୩ ମୃତ

ସୁନ୍ଦରଗଡ଼: ହକି ମ୍ୟାଚ୍‌ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ଶଙ୍କରାବାହାଲ ଗାଁରେ ହକି ମ୍ୟାଚ୍‌ ଚାଲିଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରବି ନାରାୟଣ ତନ୍ତ୍ରି, ସୁମନ୍ତ ଗୌଡ ଓ ସୁଶାନ୍ତ ଗୌଡ଼। ଏହି ଘଟଣାରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

publive-image

ଆଜି ଅପରାହ୍ନରେ ଶଙ୍କରାବାହାଲ ଗାଁରେ ଏକ ମ୍ୟାଚ ଚାଲିଥିଲା। ଖେଳ ଆରମ୍ଭ ହେବାର କିଛି ସମୟ ପରେ ବଜ୍ରପାତ ହୋଇଥିଲା। ପଡ଼ିଆ ବାହାରେ ଥିବା ଗଛ ତଳେ ଦର୍ଶକମାନେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା ବୋଲି ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି। ସୂଚନା ଅନୁସାରେ ବଜ୍ରପାତରେ ଜୀବନ ହାରିଥିବା ୩ଜଣ ବ୍ୟକ୍ତି ଆୟୋଜକ ଦଳର ୩ଜଣ ସଦସ୍ୟ। ବଡ଼ ଦୁଃଖର ବିଷୟ ଯେ, ମୃତ ୩ଜଣଙ୍କ ମଧ୍ୟରେ ଗୋଟିଏ ପରିବାର ୨ଭାଇ ମଧ୍ୟ ଜୀବନ ହାରିଛନ୍ତି। ଏହି ଘଟଣାରେ ୨ ଗୁରୁତର ବ୍ୟକ୍ତିଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe