ଅଂଶୁଘାତରେ ୩ ମୃତ !

Advertisment
ଦମ୍ପତିଙ୍କ ଆତ୍ମହତ୍ୟା, ବନ୍ଦ ଘରୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରବିବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ଆସିଥିବା ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତରେ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍‌ ପକ୍ଷରୁ କହାଯାଇଛି। ମୃତକମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ମାଳୀମୁଣ୍ଡା ଗାଁର ଅଜିତ ମକର (୩୫ବର୍ଷ), ଗାୟତ୍ରୀ କଲୋନିର ବାସନ୍ତୀ ପ୍ରଧାନ (୩ବର୍ଷ) ଓ ସମ୍ବଲପୁର ଜିଲ୍ଲା ‌‌ଠେଲକୋଲୋଇ ଥାନା ଖିଣ୍ଡା ଗ୍ରାମର ଦେବାଶିଷ ରାୟ(୫୦ବର୍ଷ)। ୩ଟି ଯାକ ମୃତଦେହକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଥିବା ବେଳେ ସୋମବାର ସକାଳୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଅଜିତ ମକର ରବିବାର ଦିନବେଳା ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ଯାଏ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ମାଳୀମୁଣ୍ଡା ରାସ୍ତାର ଏକ ଗଛତଳେ ସେ ପଡ଼ିଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦ୍ବିତୀୟ ଘଟଣାରେ ଗାୟତ୍ରୀ କଲୋନିର ବାସନ୍ତୀ ପ୍ରଧାନ ରବିବାର ଅପରାହ୍ଣରୁ ଅସୁସ୍ଥ ଅନୁଭବ କରୁଥିଲେ। ସନ୍ଧ୍ୟାରେ ହଠାତ୍‌ ସେ ଚେତାଶୂନ୍ୟ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୃତୀୟରେ ଖିଣ୍ଡାର ଦେବାଶିଷ ରାୟ ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe