ଗୋଟିଏ ଗଛରେ ଝୁଲୁ‌ଛି ୩ଟି ମୃତଦେହ

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

Democratic Accent

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗ୍ରାମର ଡିମିରିକୁଦା ପାହାଡ଼ ପାଖ ଜଂଗଲ ଅଞ୍ଚଳରେ ଗୋଟିଏ ଗଛରେ ୩ଟି ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ହତ୍ୟା କରି ସେମାନଙ୍କୁ ଟାଙ୍ଗି ଦେଇଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ, ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁସାରେ, ବାଲିପଟା ଗ୍ରାମର ଗାଈ ଚରାଳି ଡିମିରିକୁଦା ଜଂଗଲର ଏକ ଗଛରେ ୩ଟି ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ରାତି ୯ଟା ବେଳେ ସ୍ଥାନୀୟ ଲୋକ ପହଞ୍ଚି ସମାନ ଦୃଶ୍ୟ ଦେଖିଥିଲେ। ମାତ୍ର, ସେମାନଙ୍କ ପରିଚୟ ମିଳିପାରିନାହିଁ। ଖବର ହସ୍ତଗତ ହେଲାବେଳକୁ ପୁଲିସ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe