୩ ଡିଗ୍ରି କଲେଜରେ ତାଲା, ୧୦ଟି କଲେଜର ନାମଲେଖାରେ କଟକଣା

୩ ଡିଗ୍ରି କଲେଜରେ ତାଲା, ୧୦ଟି କଲେଜର ନାମଲେଖାରେ କଟକଣା

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଯୁକ୍ତ୩ କଲେଜ ବିରୋଧରେ ଉଚ୍ଚଶିକ୍ଷା ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି ନଥିବା ଦର୍ଶାଇ ଚଳିତ ଶିକ୍ଷାବର୍ଷ ପାଇଁ ୧୦ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ଏଥିସହ ତିନୋଟି କଲେଜକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ କଲେଜଗୁଡ଼ିକ ଅଣଅନୁଦାପ୍ରାପ୍ତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

କଟକଣା ଲଗାଯାଇଥିବା କଲେଜଗୁଡ଼ିକ ମଧ୍ୟରେ ସୋନପୁର ଜିଲ୍ଲାରୁ ସର୍ବାଧିକ ୩ଟି ରହିଛି। ଏହାବ୍ୟତୀତ ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ୨ଟି ଲେଖାଏ, ଗଞ୍ଜାମ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଲେଖାଏ ଅଣଅନୁଦାନପ୍ରାପ୍ତ କଲେଜର ନାମଲେଖା ଉପରେ କଟକଣା ଜାରି ହୋଇଛି। ବନ୍ଦ ‌ହୋଇଥିବା କଲେଜ ମଧ୍ୟରେ ଭଦ୍ରକ ଜିଲ୍ଲା ଆରଡିଠାରେ ଥିବା ଏନ୍‌ଆରଆଇ ଇଣ୍ଟରନ୍ୟାସନାଲ ଡିଗ୍ରି କଲେଜ ଅଫ୍‌ ସା‌ଇନ୍ସ ଆଣ୍ଡ୍‌ କମର୍ସ, କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରଠାରେ ଥିବା ଶ୍ରୀ ଏଜୁକେସନ ସ୍କଲାର୍ସ ଡିଗ୍ରି ସାଇନ୍ସ କଲେଜ ଓ ନୂଆପଡ଼ାସ୍ଥିତ ଫ୍ୟୁଚର ଟାଇମ୍ସ ଡିଗ୍ରି କଲେଜ। ଛାତ୍ରଛତ୍ରୀ ଯେପରି ଠକାମିର ଶିକାର ନ ହେବେ, ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ସାମ୍‌ସ ୱେବସାଇଟ୍‌ରେ କଲେଜଗୁଡ଼ିକର ନାମ ତାଲିକା ପ୍ରକାଶ କରିଛନ୍ତି। ପିଲାମାନେ ଆବେଦନ କରିବା ସମୟରେ କଲେଜ ନାମଗୁଡ଼ିକୁ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe