ଗୋଟିଏ ପରିବାରର ତିନି ପିଢ଼ିର ୩ ମୃତ

Advertisment
ଦେଶରେ ତୃତୀୟ ଲହରରେ କମ୍‌ କରୋନା ମୃତ୍ୟୁ

shutterstock.com

ମ.ରାମପୁର : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ମୋହନଗିରି ଠାରେ ଗୋଟିଏ ପରିବାରର ୩ ପିଢ଼ିର ବାପ-ପୁଅ ୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସୁରେନ୍ଦ୍ର ଗୋଏଲ (୫୫), ସୁରେନ୍ଦ୍ରଙ୍କ ପୁଅ ରଜତ ଗୋଏଲ (୨୭) ଏବଂ ସୁରେନ୍ଦ୍ରଙ୍କ ବାପା ମନସାରାମ ଗୋଏଲ (୭୨)। ସୁରେନ୍ଦ୍ରଙ୍କ ପତ୍ନୀ କରୋନା ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଥିବାବେଳେ ଶୋକର ଛାୟା ଖେଳିଯାଇଛି।

କରୋନାରେ ମୋହନଗିରିରୁ ୫ ଜଣ, ସିଂପୁର ପଞ୍ଚାୟତରୁ ୨ ଜଣ, ବିଜାମାଲରୁ ୨ ଜଣ, ପଣ୍ଡାପଦରରୁ ୨ ଜଣ ଏବଂ ମୁଚେଲପଦରରୁ ଜଣଙ୍କର ଜୀବନ ଯାଇଛି। ସଂପୃକ୍ତ ଅଂଚଳରେ ଗାଁ ଗାଁରେ କାଶ,ଥଣ୍ଡା, ଜ୍ବର ଲାଗି ରହିଛି। ମ.ରାମପୁର ଏହି ଅଂଚଳରେ ସ୍ବାସ୍ଥ୍ୟସେବା ନାମକୁ ମାତ୍ର ହୋଇଛି। ଡାକ୍ତର ନାହାନ୍ତି, କେବଳ ଜଣେ ଆୟୁଷ ଡାକ୍ତର ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଗରିବ ଆଦିବାସୀବହୁଳ ଏହି ଅଂଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବାରୁ ଲୋକେ ବାହାରକୁ ଯାଇ ଚିକିତ୍ସା ସୁବିଧା ନେଇପାରୁନାହାନ୍ତି। ସେଠାରେ କରୋନା ପରୀକ୍ଷା ହୋଇପାରୁନାହିଁ। ଯେଉଁମାନେ ଆର୍ଥିକ ଦୃଷ୍ଟିରୁ କିଛିଟା ସ୍ବଚ୍ଛଳ ସେମାନେ ମ.ରାମପୁର ଓ ବାହାରକୁ ନ ଯାଇ ଚିକିତ୍ସିତ ହେଇଛନ୍ତି। ତେଣୁ ସେହି ଅଞ୍ଚଳରେ କରୋନା ପରୀକ୍ଷା କରାଯାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe