ବାଂଲାଦେଶ ବିପକ୍ଷ କ୍ରିକେଟ୍‌ ମ୍ୟାଚ୍‌ ଖେଳିବେ ଓଡ଼ିଶାର ୩ ଦିବ୍ୟାଙ୍ଗ

ବାଂଲାଦେଶ ବିପକ୍ଷ କ୍ରିକେଟ୍‌ ମ୍ୟାଚ୍‌ ଖେଳିବେ ଓଡ଼ିଶାର ୩ ଦିବ୍ୟାଙ୍ଗ

ରାଉରକେଲା: ଦିବ୍ୟାଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ‌ବୋର୍ଡ (ଭାରତ) ପକ୍ଷରୁ ହେବାକୁ ଯାଉଛି ଭାରତ ଓ ବାଂଲାଦେଶ କ୍ରିକେଟ୍‌ ମ୍ୟାଚ୍‌। ଏମାନଙ୍କ ମଧ୍ୟରେ ଓଡ଼ିଶାର ଅଛନ୍ତି ୩ ଖେଳାଳି। ସେମାନେ ହେଲେ ରାଉରକେଲାର କାବୁଲ ପଟେଲ, ରାଜଗାଙ୍ଗପୁରର ଅଭିଶେକ ଶୁଳ୍କା ଓ  ବେଲପାହାଡରର ଜଗଜିତ୍‌ ମହାନ୍ତି। ବୋର୍ଡର ସାଧାରଣ ସମ୍ପାଦକ କେ.ରାମିରେଡ୍ଡୀ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଆସ‌ୋସିଏସନ୍‌ର ସଭାପତି କାବୁଲ ପଟେଲଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ମନୋନୀତ ଭାରତୀୟ ଦଳର ଖେଳାଳିମାନେ ଅଗଷ୍ଟ ୪ରୁ ହାଇଦ୍ରାବାଦର ଆରମ୍ଭ ହେବାକୁ ଥିବା ସମ୍ଭାବ୍ୟ ପ୍ରଶିକ୍ଷଣ ଶିବିରରେ ସଂଧ୍ୟା ୬ଟାରେ ଯୋଗ ଦେବାକୁ ଯାଉଛନ୍ତି। ଶିବିର ଅଗଷ୍ଟ ୪ରୁ ୮ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ଦଳ ବାଙ୍ଗାଲଦେଶ ସହିତ ଗୋଟିଏ ଟେଷ୍ଟ ମ୍ୟାଚ୍‌, ୩ଟି ଅନ୍ତର୍ଜାତୀୟ  ଏକଦିବସୀୟ ମ୍ୟାଚ୍‌ ଓ ୩ଟି ୨୦ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। କାବୁଲ ପଟେଲ ରାଉରକେଲା ସ୍ବତନ୍ତ୍ର କୋଷାଗାରର ଅବସରପ୍ରାପ୍ତ ହିସାବରକ୍ଷକ କରୁଣାକର ପଟେଲଙ୍କ ପୁଅ। ମନୋନୀତ ଖେଳାଳିଙ୍କୁ ଦିବ୍ୟାଙ୍ଗ କ୍ରିକେଟ୍‌ ଆସୋସିଏସନ୍‌ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe