ଦେବୀ ନଦୀରେ ବୁଡ଼ିଗଲେ ତିନି ସାଙ୍ଗ: ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ୨ ଜଣ ନିଖୋଜ

Advertisment
ଦେବୀ ନଦୀରେ ବୁଡ଼ିଗଲେ ତିନି ସାଙ୍ଗ: ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ୨ ଜଣ ନିଖୋଜ

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଦେବୀ ନଦୀ ମାଛଗାଁ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ୩ଜଣ ସାଙ୍ଗ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଆମ୍ବଶାଳ ଗାଁର କ୍ଷୀରୋଦ ବାରିକଙ୍କ ପୁଅ ବବୁଲ ଓରଫ ସତ୍ୟଜିତ ବାରିକ (୧୫)। ତେବେ ଆଉ ୨ ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

publive-image

ସୂଚନାନୁଯାୟୀ, ଆମ୍ବଶାଳ ଗାଁର ୪ ଜଣ ସାଙ୍ଗ ଆଜି ସକାଳୁ ଗାଧୋଇବା ପାଇଁ ୨ ଟି ସାଇକେଲ ନେଇ ନଦୀକୁ ଯାଇଥଲେ। ସେମାନଙ୍କ ମଧ୍ୟରୁ ୩ ଜଣ ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ଜଣେ କୂଳକୁ ଚାଲି ଆସିଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନିଖୋଜଙ୍କ ମଧ୍ୟରୁ କ୍ଷୀରୋଦ ବାରିକଙ୍କ ପୁଅ ବବୁଲ ଓରଫ ସତ୍ୟଜିତ ବାରିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବାଲିକୁଦା ଡାକ୍ତରଖାନାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ୨ ଜଣକ ପତ୍ତା ମିଳି ପାରିନାହିଁ। ନିଖୋଜଙ୍କ ମଧ୍ୟରେ ଜଣେ ଭୁବନେଶ୍ବରର ବୋଲି ଜଣାପଡ଼ିଛି। ଅନ୍ୟ ଜଣକ ଆମ୍ବଶାଳ ଗାଁର ମାନସ ବାରିକଙ୍କ ପୁଅ ସ୍ବାଭିମାନ ବାରିକ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe