ତିନି ଜଣଙ୍କ ସଲିଳ ସମାଧି : ନଦୀରେ ବୁଡ଼ି ୨, ପୋଖରୀରେ ଜଣେ

Advertisment
ତିନି ଜଣଙ୍କ ସଲିଳ ସମାଧି : ନଦୀରେ ବୁଡ଼ି ୨, ପୋଖରୀରେ ଜଣେ

photo by : Stay Connected

ଯାଜପୁରସଦର/ ତେଲକୋଇ : ଗତକାଲି ଓ ଆଜି ଯାଜପୁର ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ତିନିଜଣ ଯୁବକ ସଲିଳ ସମାଧି ହୋଇଛି। ନଦୀରେ ବୁଡ଼ିଯାଇ ଜଣେ ଯୁବକ ଓ ଜଣେ ନାବାଳକଙ୍କ ଜୀବନ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେଯୁବକଙ୍କର ମୃତ୍ୟୁଘଟିଛି। ଅନ୍ୟ ଜ‌ଣେ ଯୁବକ ନିଖୋଜ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁରସଦର ଥାନା ଅନ୍ତର୍ଗତ ବେରୁଦା ଗ୍ରାମର ମୁରଲୀଧର ପରମାଣିକଙ୍କ ପୁଅ ନିରଞ୍ଜନ(୨୦) ଗତକାଲି ହୋଲିରେ ରଙ୍ଗ ଖେଳି ସାରି ୩ ଜଣ ସାଙ୍ଗଙ୍କ ସହ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ସମୟରେ ନିରଞ୍ଜନ ନଦୀରେ ବୁଡ଼ି ଯାଇଥିଲେ। ଅନ୍ୟ ଯୁବକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ପାଣି ଭିତରୁ ନିରଞ୍ଜନଙ୍କ ନିସ୍ତେଜ ଶରୀର ଉଦ୍ଧାର କରିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଆଜି ଯାଜପୁରଟାଉନ ଥାନା ଅଧୀନ ଜାଲପୁର ଗ୍ରାମର ଶୁଭାଶିଷ ପାଣିଗ୍ରାହୀଙ୍କ ପୁଅ ଶୁଭ୍ରକାନ୍ତ(୧୩) ଓ ସେହି ଗ୍ରାମର ପ୍ରଶାନ୍ତ ପାଢ଼ୀଙ୍କ ପୁଅ ଅମରଜିତ(୧୮) ବୁଢ଼ାନଦୀରେ ଗାଧେଇବା ସମୟରେ ବୁଡ଼ି ଯାଇଥିଲେ। ଯାଜପୁର ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ଶୁଭ୍ରକାନ୍ତଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଅମରଜିତ ଏଯାଏ ନିଖୋଜ ଅଛନ୍ତି। ଅଗ୍ନିଶମ କର୍ମଚାରୀ ଓ ଗ୍ରାମବାସୀଖୋଜାଖୋଜି ଜାରି ରଖିଛନ୍ତି। ସେହିପରି ତେଲକୋଇ ଥାନା ସିରିଗିଡ଼ା ଗ୍ରାମରେ ଗତକାଲି ପୋଖରୀରେ ବୁଡ଼ି ଶରତ ଚନ୍ଦ୍ର ନାୟକ (୩୮) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳ ସାରି ଦିନ ଗୋଟାଏ ବେଳେ ଗାଁର ବାରକୁଟିଆ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଶରତ। ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ସେ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe