Terrible Fire: ଅଗ୍ନିକାଣ୍ଡରେ ୩ ପରିବାର ସର୍ବସ୍ୱାନ୍ତ , ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ୪ ନମ୍ବର ୱାର୍ଡ ବେବର୍ତା ଢେପ ସାହିରେ ରବିବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି...

Three families lose everything in fire, cause of fire unclear

Three families lose everything in fire, cause of fire unclear Photograph: (sambad.in)

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ୪ ନମ୍ବର ୱାର୍ଡ ବେବର୍ତା ଢେପ ସାହିରେ ରବିବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୩ ପରିବାରର ୯ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଘରେ କେହି ନଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ଦୀପ ନିଆଁରୁ ଅଗ୍ନିକାଣ୍ଡ ସନ୍ଦେହ

ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।  ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗଙ୍କ ମିଳିତ ଉଦ୍ୟମରେ ନିଆକୁ ଆୟତ୍ତ କରାଯାଇଥିଲା।

ଆହୁରି ପଢ଼ନ୍ତୁ:Low Pressure Over Bay Of Bengal: ବଙ୍ଗୋପସାଗରରେ ଲଘୁଚାପ: ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ

୯ ବଖରା ପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ  ୯ ବଖରା ଘରର ଆସବାବପତ୍ର ପତ୍ରଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନି ବିପନ୍ନ ସମସ୍ତ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଅପରପକ୍ଷେ ରାଜସ୍ବ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ:Bus Ran Over Pedestrian: ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ବସ୍ ଧକ୍କା ଦେଲା: ୪ ଗୁରୁତର, ଟାୟାର ଜାଳି ରାସ୍ତା ରୋକ କଲେ ଉତ୍ୟକ୍ତ ଲୋକେ

ଶିବପ୍ରସାଦ ‌ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe