ଜମି ସମସ୍ୟାକୁ ନେଇ ତିନି ଚାଷୀ ଇଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ କଲେ ଆବେଦନ

Advertisment
ଜମି ସମସ୍ୟାକୁ ନେଇ ତିନି ଚାଷୀ ଇଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ କଲେ ଆବେଦନ

ଜୟପୁର: ଜୟପୁର ବ୍ଲକର ଅନ୍ତା ଗାଁର ତିନି ଚାଷୀ ନଟବର ମଣ୍ଡଳ, ଶଙ୍କର୍ଷଣ ଆଚାର୍ଯ୍ୟ ଓ ହରିହର ପଣ୍ଡାଙ୍କ ଜମିକୁ ପାଣି ଯିବାକୁ ଦେଉ ନାହାନ୍ତି କିଛି ରିଏଲଇଷ୍ଠେଟ ବ୍ୟବସାୟୀ । ଗତ ୮ମାସ ହେବ ଏମାନେ ଏହି ସମସ୍ୟାରେ ଝୁଝୁଛନ୍ତି। ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଗତ ଡିସେମ୍ବର ମାସରେ କରିବା ପରେ ତହସିଲଦାରଙ୍କ ନିର୍ଦେଶରେ ଆରଆଇ ସରଜମିନ୍ ତଦନ୍ତ କରି ଜମିକୁ ପାଣି ଯାଉଥିବା ନାଳକୁ ସଂକୁଚିତ କରାଯାଇଥିବା ବି ରିପୋର୍ଟ ଦେଇଥିଲେ। ତେବେ ଏହା ପରେ ବି ପ୍ରଶାସନ କିଛି ପଦକ୍ଷେପ ନେଇନି।

ଅନ୍ୟପକ୍ଷରେ ରିଏଲଇଷ୍ଟେଟ କରିଥିବା ବ୍ୟକ୍ତି ମାନେ କିଛି ଗୁଣ୍ଡାଙ୍କୁ ନେଇ ଏହି ତିନି ଚାଷୀଙ୍କୁ ଜମିକୁ ଗଲେ ମାରଧର କରିବା ସହ ଧମକ ଚମକ ଦେବା ସହ ଜମି ବିକ୍ରୀ କରିବାକୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି। ଜମିରେ ଚାଷ ନ କରି କିଭଳି ବଂଚିବୁ, ଅଭିଯୋଗ କରିବା ପରେ ସମସ୍ୟାର ସମାଧାନ ହେବା ବଦଳରେ ଅଧିକା ବଢ଼ିଛି। ତେଣୁ ଆମେ ଇଛାମୃତ୍ୟୁ କରିବୁ ବୋଲି ଏହି ତିନି ଚାଷୀ ସୁପ୍ରିମକୋର୍ଟକୁ ଆବେଦନ ଦେଇଛନ୍ତି।

ଏହାର ଅବିକଳ ନକଲ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନବାଧୀକାର କମିଶନ ଓ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇଥିବା କହିଛନ୍ତିଏମାନେ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ , ଅନ୍ତା ଗ୍ରାମରେ ତିନି ଜଣ ଚାଷୀ ନିଜଜମିରେ ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। କିଛି ଦିନ ତଳେ ସେମାନଙ୍କ ଜମି ଉପରକୁ ଥିବା ଅନ୍ୟ ଏକ ଚାଷ ଜମିକୁ କିଛି ରିଏଲଇଷ୍ଟେଟ ବାଲା କିଣିଥିଲେ। ଜମି କିଣିବା ପରେ ତାକୁ ପ୍ଲଟିଙ୍ଗ କରି ବିକ୍ରି କରିବାକୁ ବାହାରିଛନ୍ତି । ନିଜ ପ୍ଳଟ ଗୁଡିକ ଚଢା ଦରରେ ବିକ୍ରି କରିବାକୁ ସେମାନେ ତଳକୁ ଅର୍ଥାତ ତଳେ ଥିବା ଜମିକୁ ଯାଉଥିବା ନାଳ ପାଣିକୁ ଅବୋରଧ କରି ସମତଳ କରି ଦେଇଛନ୍ତି । ଯାହା ଫଳରେ ତଳ ମୁଣ୍ଡରେ ଥିବା ଜମି ଗୁଡିକୁ ପାଣି ଆଉ ମାଡୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe