ରାସ୍ତା ଉପରେ ୩ ଫୁଟର ବନ୍ୟା ପାଣି, ଯାତୟାତ ପ୍ରଭାବିତ

Advertisment
ରାସ୍ତା ଉପରେ ୩ ଫୁଟର ବନ୍ୟା ପାଣି, ଯାତୟାତ ପ୍ରଭାବିତ

ବଣାଇଗଡ଼: ଗତ ଦୁଇଦିନ ଧରି ଉପରମୁଣ୍ତରେ ଲଘୁଚାପଜନିତ ଲଗାଣବର୍ଷାରେ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧିପାଇ ବଢ଼ିପାଣି ବିଭିନ୍ନ ଅଂଚଳକୁ ପ୍ରବେଶ କରିଛି। ଏଥି ପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍‌ ଅନ୍ତର୍ଗତ ଜାଙ୍ଗଳା–ସିଆଁଯୋର ପୂର୍ତବିଭାଗ ରାସ୍ତା ମଧ୍ୟରେ ଥିବା ଏକ ନାଳରେ ବ୍ରାହ୍ମଣୀ ବନ୍ୟାଜଳ ପ୍ରବେଶ କରି ଏହି ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ହଠାତ୍‌ ଗତକାଲି ମଧ୍ୟରାତ୍ରିରୁ ବନ୍ୟାଜଳ ଏହି ନାଳ ଉପରେ ପ୍ରବାହିତ ହେବା ପରେ କ୍ରମଶଃ ଏହାର ପ୍ରଭାବ ଅଧିକ ହୋଇଥିଲା। ଏହି ରାସ୍ତା ଉପରେ ୩ ଫୁଟ୍‌ରୁ ଅଧିକ ଉଚ୍ଚରେ ପାଣି ଆସିଯାଇ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା। ଫଳରେ ଏହି ରାସ୍ତା ଦେଇ ରାଉରକେଲା ଓ ବଣାଇଗଡ଼ରୁ ଭୁବନେଶ୍ବର, କଟକ ଅଂଚଳକୁ ଗମନାଗମନ କରୁଥିବା ସମସ୍ତ ଯାନବାହନ ବନ୍ଦ ରହିଯାଇଛି।

ଜନସାଧାରଣ ବିକଳ୍ପ ଭାବେ ଜାଙ୍ଗଳାରୁ ମହୁଡିହାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ବ୍ୟବହାର କରି ଚଳାଚଳ କରୁଛନ୍ତି। ପ୍ରକାଶଯୋଗ୍ୟ, ବିଗତ ବର୍ଷ ମଧ୍ୟ ଏହି ରାସ୍ତାରେ ପ୍ରବଳ ବନ୍ୟାଜଳ ପ୍ରବେଶ କରିବାରୁ ରାଉରକେଲାରୁ ଭୁବନେଶ୍ବରକୁ ଯାଉଥିବା ଏକ କାର ବନ୍ୟାଜଳରେ ଭାସିଯାଇ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ନାଳ ଉପରେ ଏକ ଉଚ୍ଚକ୍ଷମତାସମ୍ପନ୍ନ ସେତୁ ନିର୍ମାଣ କଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe