ମୀନାବଜାର ଯିବାକୁ ଘରେ ବାରଣ କରିବାରୁ ୩ ଯୁବତୀ ଆତ୍ମହତ୍ୟା କରିଛନ୍ତି : ପୁଲିସ

Advertisment
ଆସାମରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ମହିଳାଙ୍କ ଆତ୍ମହତ୍ୟା

Bindu Vistaar News

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତହରା ଗ୍ରାମରେ ଗତ ୯ ତାରିଖ ଘଟିଥିବା ବହୁଚର୍ଚ୍ଚିତ ଗଣଆତ୍ମହତ୍ୟାରେ ଆଜି ଉମରକୋଟ ପୁଲିସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘଟଣାର ସମସ୍ତ ତଥ୍ୟ ପ୍ରଦାନ କରିଛି। ଘଟଣା ଦିନ ୩ ଜଣ ଝିଅ ଉମରକୋଟ ମୀନାବଜାର ଦେଖିବାକୁ ଜିଦ ଧରିଥିଲେ। କିନ୍ତୁ ପରିବାର ଲୋକେ ମନା କରିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ନିକଟସ୍ଥ ଏକ କୁସୁମ ଗଛରେ ନିଜ ନିଜ ଓଢ଼ଣି ଲଗେଇ ୩ ଜଣ ଆତ୍ମହତ୍ୟା କରିଥିବା ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।

ଘଟଣା ଦିନ ନବରଙ୍ଗପୁର ସ।ଇଣ୍ଟିଫିକ୍‌ ଦଳ ସହ ତଦନ୍ତ ଅଧିକାରୀ ଯାଇଥିଲେ। ୩ ଜଣଙ୍କ ମୃତଦେହ ନିର୍ବାହୀ ମାଜିଷ୍ଟ୍ରେଟ, ପରିବାର ଲୋକେ ଓ ଗାଁର ଭଦ୍ରଲୋକଙ୍କ ଉପସ୍ଥିତିରେ ବ୍ୟବଛେଦ କରାଯାଇଥିଲା। ଫୁଲମତି ମାଝିଙ୍କ ମୋବାଇଲ ସିଜ କରାଯାଇଛି ଓ ସମସ୍ତ କଲ ରେକର୍ଡକୁ ତନ୍ନ ତନ୍ନ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରୁ ମିଳିଥିବା ସମସ୍ତ ସାମଗ୍ରୀକୁ ଭୁବନେଶ୍ବରସ୍ଥିତ ଷ୍ଟେଟ ଫରେନସିକ ସାଇନ୍ସ ଲ୍ୟାବ୍‌କୁ ପଠାଯାଇଥିବା ‌ବେଳେ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।

ଶବ ବ୍ୟବଛେଦ ରିପୋର୍ଟରେ ଶରୀରର ଭିତରେ ଓ ବାହାରେ କୌଣସି କ୍ଷତ ହୋଇ ନାହିଁ। ଏଥି ସହ ଏହା ଆତ୍ମହତ୍ୟା ଘଟଣା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବର୍ତ୍ତମାନର ତଦନ୍ତରେ ଆତ୍ମହତ୍ୟା ଘଟଣା ନେଇ କାହାର ଭୁଲ ଥିବା ପ୍ରମାଣ ମିଳିନଥିବା ବେଳେ ତଦନ୍ତ ଅଧିକାରୀ ସମସ୍ତ ପ୍ରାମାଣିକ ତଥ୍ୟ ଓ ସମସ୍ତ ସାକ୍ଷୀଙ୍କ ବୟାନ ଆଧାରକୁ ନେଇ ଏହି ସିଦ୍ଧାନ୍ତରେ ବର୍ତ୍ତମାନ ସୁଦ୍ଧା ପହଞ୍ଚିଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe