କଟକରୁ ୩ ବନ୍ଧୁକ ବେପାରୀ ଗିରଫ: ୫ ବନ୍ଧୁକ ଓ ୩୦ଟି ଗୁଳି ଜବତ

Advertisment
କଟକରୁ ୩ ବନ୍ଧୁକ ବେପାରୀ ଗିରଫ: ୫ ବନ୍ଧୁକ ଓ ୩୦ଟି ଗୁଳି ଜବତ

କଟକ: କଟକରୁ ପୁଣି ଗିରଫ ହେଲେ ବନ୍ଧୁକ ବେପାରୀ। ୫ଟି ବନ୍ଧୁକ ଓ ୩୦ଟି ଗୁଳି ସହିତ ୩ ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୁଲିସ। ଭୁବନେଶ୍ଵରରୁ କଟକ ସହରରେ ବନ୍ଧୁକ ବେପାର କରିବାକୁ ଆଣୁଥିବା ସମୟରେ ଏମାନଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ମିଲନ, ଜିତୁ ଓ କାଳିଆ।

ମିଲନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ତିନି ଜଣଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ମିଲନ ବିରୋଧରେ ଏନଏସଏ ମଧ୍ୟ ଲାଗିଛି। ତେବେ ଚଳିତ ବର୍ଷ ୬୯ ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଥିବା ବେଳେ ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe