ଅବସର ନେଲେ ୩ ଆଇଏଏସ୍ ଅଧିକାରୀ

Advertisment
ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ବୈଠକ

odisha.gov.in

ଭୁବନେଶ୍ବର : ଓଡ଼ିଶା କ୍ୟାଡର୍‌ର ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ସୋମବାର ଦିନ ଅବସର ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୮୫ ବ୍ୟାଚ୍‌ର ଉପେନ୍ଦ୍ର ପ୍ରସାଦ ସିଂହ, ରାଜସ୍ବ ପର୍ଷଦ ସଦସ୍ୟ ୧୯୮୬ ବ୍ୟାଚ୍‌ର ଜିଭିଭି ଶର୍ମା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ୧୯୯୧ ବ୍ୟାଚ୍‌ର ମଧୁସୂଦନ ପାଢ଼ୀ ଅବସର ନେଇଛନ୍ତି।

ଗୋପବନ୍ଧୁ ଏକାଡେମିର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମାଙ୍କୁ ରାଜସ୍ବ ପର୍ଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୋପବନ୍ଧୁ ଏକାଡେମିର ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରି ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe