ଠିକା ସଂସ୍ଥା କର୍ମଚାରୀଙ୍କଠାରୁ ଡକାୟତି କରି ଟଙ୍କା ଲୁଟ୍‌, କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମେତ ୩ ଗିରଫ

Advertisment

 ଇନୋଭା ଓ ଟଙ୍କା ‌ଜବତ, ଏବେ ବି ୨ ଫେରାର୍‌

 ଇନୋଭା ଓ ଟଙ୍କା ‌ଜବତ, ଏବେ ବି ୨ ଫେରାର୍‌

ଠିକା ସଂସ୍ଥା କର୍ମଚାରୀଙ୍କଠାରୁ ଡକାୟତି କରି ଟଙ୍କା ଲୁଟ୍‌, କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସମେତ ୩ ଗିରଫ

ସମ୍ବଲପୁର: ଠେଲକୋଲୋଇ ଥାନା ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନାର ଏକ ଠିକା ସଂସ୍ଥା ବରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ମାନବ ସମ୍ବଳ ଓ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କଠାରୁ ପ୍ରଥମେ ଦାଦାବଟି ଆଦାୟ ଓ ପରେ ଆକ୍ରମଣ କରି ୨୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଠେଲକୋଲୋଇ ପୁଲିସ୍‌ ୨୦୧୯ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ‌ହୋଇଥିବା ଠେଲକୋଲୋଇ ଥାନା ଡର୍ବା ଗ୍ରାମର ବାଳକୃଷ୍ଣ ରୋହିଦାସ(୩୨), ଭାଇ ରାଜେଶ ରୋହିଦାସ(୩୦) ଓ ଜଣେ ନାବାଳକକୁ ପୁଲିସ୍‌ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୫ ହଜାର ଟଙ୍କା ଓ ଏକ ଇନୋଭା କାର୍‌(ଓଡି ୧୭ ଏଫ୍‌୭୩୪୬) ପୁଲିସ୍‌ ଜବତ କରିଛି। ଘଟଣାର ସମସ୍ତ ୫ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଡକାୟତି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସମୟରେ ଫେରାର୍‌ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଚଳାଇଛି।

publive-image

ସୂଚନା ଅନୁସାରେ, ସୋମବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ଶ୍ରୀ ରେଡ୍ଡି ତାଙ୍କ କ୍ୟାମ୍ପ ଅଫିସ୍‌ରେ ବସିଥିବା‌ ସମୟରେ ବାଳକୃଷ୍ଣ ରୋହିଦାସଙ୍କ ସମେତ ୫ ଜଣ ସେଠାରେ ପହଞ୍ଚି ତାଙ୍କୁ ଦାଦା ବଟି ମାଗିଥିଲେ। କିନ୍ତୁ ଶ୍ରୀ ରେଡ୍ଡି ଟଙ୍କା ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାର୍‌ପିଟ୍‌ କରି ତାଙ୍କ ନିକଟରେ ଥିବା ନଗଦ ୨୦ ହଜାର ଟଙ୍କା ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ସଦର ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ୨ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ ସମେତ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ ଶ୍ରୀ ରେଡ୍ଡିଙ୍କଠାରୁ ଏଭଳି ଟଙ୍କା ଆଦାୟ କରିଥିବା ଜଣାପଡ଼ିଛି। କୌଣସି ପ୍ରକାର ଦାଦାବଟି ସମ୍ପର୍କୀତ ଅଭିଯୋଗ ରହିଥିଲେ ତୁରନ୍ତ ସମ୍ବଲପୁର ପୁଲିସ୍‌ର ୫ଟି ସେଲ୍‌କୁ ଯୋଗାଯୋଗ କରିବା ପାଇଁ ପ୍ରେସ୍‌ ବିବୃତି ମାଧ୍ୟମରେ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe